STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସଂଘର୍ଷ

ସଂଘର୍ଷ

1 min
233


କର୍ମମୟ ଏହୁ ଦୁନିଆ ଅଟେଟି

  ସଂଘର୍ଷ ହିଁ ମୁଳ ମନ୍ତ୍ର,

ସଂଘର୍ଷରେ ଅଛି ସଫଳତା ଫଳ

 ମନୁଷ୍ୟ ଯାତ୍ରାର ମନ୍ତ୍ର।


ଯେଉଁ ପ୍ରାଣୀ ଧରେ ସଂଘର୍ଷର ଅସ୍ତ୍ର

  ଉନ୍ନତିର ପଥ ତହିଁ,

ସବୁ ଆବଶ୍ୟକ ପୂରଣ ତାହାର

  ବିଜୟର ଫଳ ତହିଁ।


ଅକ୍ଷରା ପାଇଲା ସବୁ ହିଁ ସମ୍ମାନ

  ଚଳଚ୍ଚିତ୍ର ଜଗତରେ,

ସଂଘର୍ଷ ବଳରୁ ସମ୍ଭବ ହୋଇଲା

 ସୁନାମ ହେଲା ରାଷ୍ଟ୍ରରେ।


ସଂଘର୍ଷ ଜୀବନ ସଂଘର୍ଷେ ସଫଳ

 କର୍ମର ଦୁନିଆ ଏହୁ,

ଜ୍ଞାନ କର୍ମ ବଳେ ଉନ୍ନତିର ପଥ

  ସଂଘର୍ଷ ଦୁନିଆ ଏହୁ।


ରାଷ୍ଟ୍ରର ଉନ୍ନତି ହେବଟି ସମ୍ଭବ

  ସଂଘର୍ଷ କରିବା ଯେବେ,

ଆତ୍ମନିର୍ଭରଟି ସଂଘର୍ଷ ବଳରୁ

  ହୋଇବ ସମ୍ଭବ ତେବେ।


ନିଜ ଭବିଷ୍ୟତ ନିଜେ ହିଁ ଲେଖିବା

  କର୍ମ ଜ୍ଞାନ ଆବଶ୍ୟକ,

ସଂଘର୍ଷର ପଥେ ସଫଳ ହୋଇବା

  ଶ୍ରଦ୍ଧା ପ୍ରେମ ଆବଶ୍ୟକ।


ସଂଘର୍ଷର ବଳୁ ସଫଳ ଅକ୍ଷରା

 ନିଜର ହିଁ କର୍ମ କ୍ଷେତ୍ରେ,

ସଂଘର୍ଷର ବଳୁ ଗୁଞ୍ଜେ ତାର ନାମ

 ସିନେମାର ଚଳଚ୍ଚିତ୍ରେ।


କାର୍ଯ୍ୟରେ ରହୁଟି ସଂଘର୍ଷ ତହର

  ରହୁ ତହିଁ ପ୍ରେମ ଭାବ,

ସଫଳ ପାଇବୁ ଅବଶ୍ୟ ଜୀବନେ

  ରହୁ ତହିଁ ଭକ୍ତି ଭାବ।


କଳିଯୁଗ ଏହୁ କର୍ମ ଅଟେ ଶ୍ରେଷ୍ଠ

  ପ୍ରଭୁ ବଚନଟି ଏହୁ,

ସଂଘର୍ଷ କର୍ମରେ ସଫଳତା ମାର୍ଗ

  ନିସ୍ବାର୍ଥ କର୍ମରେ ଏହୁ।


ସଂଘର୍ଷର କର୍ମେ ସଫଳ ଅବଶ୍ୟ

  କର୍ମପଥ ଏହୁ ଆମ,

ସଂଘର୍ଷ ଜୀବନ ମନୁଷ୍ୟ ଜୀବନ

  ପ୍ରଭୁ ସୃଷ୍ଟି ଅଟେ ଆମ।


ବ୍ରହ୍ମାଣ୍ଡ ଠାକୁର ପ୍ରଭୁ ନିରାକାର

 ଦୁର୍ଲ୍ଲଭ ଜୀବନ ଦେଲେ,

କର୍ମ ଜ୍ଞାନ ଦେଇ ସଂଘର୍ଷର ମନ୍ତ୍ର

 ମନୁଷ୍ୟ ଜୀବନେ ଦେଲେ।


ପ୍ରଭୁ ମନ୍ତ୍ର ଏହୁ ଗ୍ରହଣ କରିବା

 ଜୀବନ ଯାତ୍ରାରେ ଆମ,

ନିସ୍ବାର୍ଥୀ ହୋଇଣ କର୍ମ କରୁଥିବା

 କର୍ତ୍ତବ୍ୟ ଅଟେଟି ଆମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract