ପଳାଶ କୁସୁମ ଆଖିରେ ଲୁହ -ରୀତା
ପଳାଶ କୁସୁମ ଆଖିରେ ଲୁହ -ରୀତା
ପଳାଶ କୁସୁମ ମୁଁ ପ୍ରଭୁ
ଏତେ ସୁନ୍ଦର ରୂପ ଦେଲ ମତେ
ହେଲେ ବାସ ଟିକେ ଦେଲ ନାହିଁ।
ସୁନ୍ଦର ରୂପରେ ବାଟବଣା ହେଇ
କେହି ପଥିକ ଆସିଲେ
ବାସହୀନ ବୋଲି ଫିଙ୍ଗିଚାଲିଯାଏ
ମୋ ଆଖିରେ ଧାରେ ଲୁହ ଦେଇଯାଏ ।
ପ୍ରଭୁ ତୁମେ ମତେ ଯେମିତି ତିଆରି କରିଛ ମୋର ବା
ଏଥିରେ ଦୋଷ କଣ ...?
ପ୍ରଭୁ ହସିଲେ ମୁରୁକି ମୁରୁକି
ଗୋଟିଏ ଚାନ୍ଦରେ ଯେଉଁ ଶୋଭା
ପୁରା ତାରାଗଣ ହେବେନି ତା ସମ
ତୁ ପରା ଶିବ ରାତ୍ରି ଦିନ
ଶିଵଙ୍କ ମଥାରେ ଶୋଭାପାଉ
ବ୍ରତଉପୟୋନ ରେ ତତେ ଖୋଜା ପଡେ ....।
ଲୁହ ଟିକେ ପୋଛି ପଳାଶ ଦେଲା ହସି
ମୋ ପ୍ରଭୁ ଙ୍କ ଖୁସି ରେ ମୁଁ ବି ଖୁସି ...।
ଆଜି ଠୁ ପଳାଶ ହସିବ ସଭିଙ୍କ ଖୁସିରେ ।
