Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4.2  

Ajit Kumar Raut

Abstract

ମାତୃଭାଷା ଲଭ୍-ଲେଙ୍ଗୁଏଜ୍

ମାତୃଭାଷା ଲଭ୍-ଲେଙ୍ଗୁଏଜ୍

1 min
320


ଝାଡ଼ଖଣ୍ଡ ରାଜ୍ୟେ ଘରଟି ଆମର

 ଉତ୍କଳୁ ବିଚ୍ଛନ୍ନ ଭୂମି,

ସିଂହଭୂମି ଥିଲା ଉତ୍କଳର ଭୂମି

 ହୁଏ ହୀନିମାନ ଭୂମି।


ଓଡ଼ିଆରେ ଶିକ୍ଷା ନମିଳେ ଏଠାରେ

 ଓଡ଼ିଆଙ୍କ ଭାଗ୍ୟ ହୀନ,

ଧ୍ୟାନ ନାହିଁ କାର ଓଡ଼ିଆ ଶିକ୍ଷାରେ

 ଶିକ୍ଷା ଅଧିକାର ଶୂନ୍ୟ।


ଓଡ଼ିଆର ଶିକ୍ଷା ଅତି ପ୍ରୟୋଜନ

  ଲେଖୁ ଅଛି ଓଡ଼ିଆରେ,

ଓଡ଼ିଆ ର ଶିକ୍ଷା ପଞ୍ଚମ ପ୍ରଯନ୍ତ

  କବିତା ମୋ ଓଡ଼ିଆରେ।


କ୍ଷମା କରିବହେ ଜ୍ଞାନୀ ଜନ ସର୍ବେ

  ରଚନାରେ ଭୁଲ ଥିଲେ,

ସରସ୍ୱତୀ କୃପା ମାତୃଭାଷା ପ୍ରେମ

  ଲେଖାରେ ମୋ ତୃଟି ଥିଲେ।


ଓଡ଼ିଆ ଭାଷାର ଉନ୍ନତି ନିମନ୍ତେ

  ଲେଖୁଛି କବିତା ମୁହିଁ,

ବିଚ୍ଛନ୍ନାଚଳରେ ଭାଷା ଶିକ୍ଷା ପାଇଁ

  ମୂଷିକର କର୍ମ ତହିଁ।


ଗୁଣ୍ଡିଚା ମୂଷିକ ଅତି କ୍ଷୁଦ୍ର ଜୀବ

  ସେତୁବନ୍ଧେ ସହଭାଗୀ,

ଅଜ୍ଞାନୀ ଟି ମୁହିଁ ଜ୍ଞାନ ନାହିଁ କିଛି

 ଭାଷା ଯଞ୍ଜେ ସହଭାଗୀ।


ଅଜ୍ଞାନୀ ଟି ମୁହିଁ କବିତା ଲେଖୁଛି

  ଓଡ଼ିଆ ର ଶିକ୍ଷା ପାଇଁ,

ମୂଷିକ ରଚନା ଜାଗ୍ରତ କରିବ

  ଆମ ଜନ୍ମଭୂମି ପାଇଁ।


କିପରି ହେବଟି ଓଡ଼ିଆ ରେ ଶିକ୍ଷା

  ବୁଦ୍ଧିଜନେ ଅନୁରୋଧ,

ମାତୃଭାଷା ପାଇଁ କର କଳେବର

  ଜ୍ଞାନୀ ଜନେ ଅନୁରୋଧ।


ସେତୁବନ୍ଧ କର ମାତୃଭାଷା ପାଇଁ

  ବିଚ୍ଛନ୍ନାଚଳରେ ଭାଇ,

ଓଡ଼ିଆ ରେ ଶିକ୍ଷା ମିଳୁ ଓଡ଼ିଆ ଙ୍କୁ

  ଆଗ ହୁଅ ଜ୍ଞାନୀଭାଇ।


ମାତୃଭାଷା ଶିକ୍ଷା ଯା ବଦନେ ନାହିଁ

 ସତେକି ସେହୁ ମନୁଷ୍ୟ,

ଉଚିତ ସମୟ ଆସିଅଛି ଏବେ

 କର୍ତ୍ତବ୍ୟ କର ମନୁଷ୍ୟ।


ଉଚ୍ଚ କର ଆଗେ ଜନନୀକୁ ଆମ

 ଓଡ଼ିଆ ଭାଷା ଟି ଯାର,

ସେହୁ ଭାଷା ଅଟେ ମାତୃଭାଷା ଆମ

  କର୍ତ୍ତବ୍ୟଟି ସୁରକ୍ଷାର।


ତେବେହିଁ ସମ୍ମାନ ରାଷ୍ଟ୍ରରେ ମିଳିବ

  ମିଳିବଟି ସମାଜରେ,

ଏହୁ ଇତିହାସ ବିଚ୍ଛନ୍ନାଚଳରେ

  ଜାଗି ଉଠୁ ଭାଇ ଥରେ।


ଅଧିକାର ଆମ ମାତୃଭାଷା ଶିକ୍ଷା

  ସମ୍ବିଧାନ ଦେଇ ଅଛି,

ନୂଆ ଶିକ୍ଷାନୀତି ରାଷ୍ଟ୍ରରେ ହୋଇଛି

  ଶିକ୍ଷା ଅଧିକାର ଅଛି।


ଡ଼ର କିମ୍ପା ତୋର ଆନ୍ଦୋଳନ ପାଇଁ

  କୁମ୍ଭକର୍ଣ୍ଣ ନିଦ୍ରା କିମ୍ପା?

ନିଦ୍ରା ଛାଡ଼ି ଉଠ ଜ୍ଞାନୀ ଭାଇ ମୋର

  ନିଦ୍ରା ଛାଡୁ ନାହଁ କିମ୍ପା?


ସମର୍ପଣ ଭାବ ରହୁ ଭାଷା ପ୍ରତି

  କରିବା ସୁରକ୍ଷା ଧର୍ମ,

ସେହୁଧର୍ମ ରହୁ ମାତୃଭାଷା ପ୍ରେମେ

  ଆଦର କରିବା ଧର୍ମ।


ସଂକଟେ ନଡ଼ରି ଭାଷାର ସୁରକ୍ଷା

  ଶ୍ରେଷ୍ଠ କର୍ତ୍ତବ୍ୟଟି ଆମ,

ମନୁଷ୍ୟ ଜୀବନେ ଭାଷାର ସୁରକ୍ଷା

   ପରମଧର୍ମଟି ଆମ।


ଉଚ୍ଚ ହେବା ପାଇଁ ଯଦି ଆଶା ଆମ

  ମାତୃଭାଷା ଉଚ୍ଚ ହେଉ,

ଏକତ୍ରିତ ହୁଅ ଓଡ଼ିଆ ଭାଇମୋ

  ମାତୃଭାଷା ରକ୍ଷା ହେଉ।


ଅଧିକାର ଆମ ଛଡେଇ ନେବାରେ

  ଓଡ଼ିଆ ସନ୍ତାନ ବୀରେ,

ଅଂଗ୍ରେଜୀ ବିରୋଧେ ଆଗ ଆନ୍ଦୋଳନ

  ଥିଲାଟି ପାଇକ ବୀରେ।


ପ୍ରଭୁ ଜଗନ୍ନାଥ ଆମ ଇଷ୍ଟଦେବ

  ଗୁଞ୍ଜୁ ଅଛି ବାନା ବିଶ୍ବେ,

ଆଶିର୍ବାଦ ତାଙ୍କ ଆବଶ୍ୟ ମିଳିବ

  ବିଜୟୀ ହୋଇବା ନିଶ୍ଚେ।


ପଢିବା ଓଡ଼ିଆ ଲେଖିବା ଓଡ଼ିଆ

  ଉଚ୍ଚ କରିବାଟି ଭାଷା,

ବିଚ୍ଛନ୍ନାଚଳରେ ଓଡ଼ିଆ ଶିକ୍ଷାର

  ହେବଟି ଓଡ଼ିଆ ଭାଷା।


Rate this content
Log in