STORYMIRROR

Panchanan Jena

Abstract

4  

Panchanan Jena

Abstract

ଉତ୍ତରଣ

ଉତ୍ତରଣ

1 min
219

ତ୍ୟାଗ କରି ଦେଖିଲି

ସେବା କରି ଥକିଲି

ପ୍ରତିଦାନେ ମିଳିଲା କିଛି 

କଣ୍ଟାଫୋଡ଼ା ବକ୍ରୋକ୍ତି ।


ହସି ହସି ଦେଖିଲି

ହସେଇ ଫସେଇ ଶିଖିଲି

ପ୍ରତିଦାନେ ପାଇଲି ଥୋକେ

ଛାତିଫଟା ଶ୍ଳେଷୋକ୍ତି ।


ପ୍ରେମ କରି ଦେଖିଲି

ସ୍ୱେହ କରି ଠକିଲି

ପ୍ରତିଦାନେ ବାନ୍ଧିଲି ବହେ

ଶୁତିକଟୁ ରୋଷକ୍ତି ।


ରାଗି କରି ଦେଖିଲି

ରଗେଇକି ଫସିଲି

ପ୍ରତିଦାନେ ଶତ୍ରୁ ଶହେ

ରକ୍ତଛିଟା ଯୁଦ୍ଧୋକ୍ତି ।


ଜିତୁ ଜିତୁ ହାରିଲି

ହାରୁ ହାରୁ ଜିତିଲି

ପ୍ରତିଦାନେ ମିଛ ପ୍ରତାରଣା

ଛଳନା ପ୍ରଲେପ ଉକ୍ତି ।


ସାହାଯ୍ୟ କଲି ବିପଦେ ଆପଦେ

ହାତ ବଢେଇଲି ସଂଘାତେ ସଂପଦେ

ପ୍ରତିଦାନେ କିଛି ମିଠା କୁଠାରାଘାତ

ପ୍ଲାଷ୍ଟିକ୍ ହସମୁଖା ନାଟୋକ୍ତି ।


ସବୁ ରାସ୍ତା ପରଖି ଚେତନା ବିହୀନ

ବୌଦ୍ଧିକ ପଥେ ଝୁଣ୍ଟି ଲହୁ ଲୁହାଣ

ପ୍ରତିଦାନେ ମଣିଲି ଏକାନ୍ତରୀ ଉତ୍ତରଣ

ଏକାନ୍ତ ଜୀବନ ଆଉ ଜୀବନ ଚାରଣ

ବହୁମୁଖୀ ବହୁପ୍ରସ୍ତି ନକ୍ସା ନିର୍ମାଣ

ବିଭୁ ପଦେ ଅସ୍ଥା ରଖି ନିରବ ଦର୍ଶନ ।


Rate this content
Log in

Similar oriya poem from Abstract