STORYMIRROR

Trushna Das

Abstract Others

3  

Trushna Das

Abstract Others

ବଳାତ୍କାର

ବଳାତ୍କାର

1 min
184

ବଳାତ୍କାର କରିବା ଆଗରୁ ଥରୁଟିଏ 

ଭାବ ତୁମେ ସେ ଝିଅ ବିଷୟରେ 

କ୍ଷଣିକ ଖୁସି ପାଇଁ ତୁମେ

କରିବ ତା ଜୀବନ ବର୍ବାଦ ସତେ।। 


ବଳାତ୍କାର କରିବା ଆଗରୁ ଥରୁଟିଏ 

ସେ ବି କିଛି ଥିବ କାହାରି ସମ୍ପର୍କରେ 

କଣ ବିତିବ ସେମାନଙ୍କ ଉପରେ

ନିଜ ଲୋକକୁ ଦେଖିଲେ ଏମିତି ଅବସ୍ଥାରେ 

ବଞ୍ଚି ଗଲେ ଲାଗିବ ନର୍କ ଦଶା ପରି ଯେ।।


ତିଳ ତିଳ ହୋଇ ମରିବ ସେ ଯେ

ହୋଇ ବଳାତ୍କାର ଶୀକାର ସେ

ହରାଇ ବସିବ ନିଜ ମାନ ସମ୍ମାନ ସେ

ନ ଥାଇ ମଧ୍ୟ ଭୁଲ ତାର ଏଥିରେ।। 


ବଳାତ୍କାର ଶୀକାର ହୋଇ ଗଲେ ସେ ମରି

ତା ପରିବାର ଲୋକେ କାନ୍ଦୁ ଥିବେ ସଦା ତାକୁ ଝୁରି ଝୁରି 

ଅଭିଶାପ ଦେଉ ଥିବେ ବଳାତ୍କାରୀକୁ ସଦା

ହେଲେ ବି ତାଙ୍କ ଆଖି ଲୁହ ତାଙ୍କୁ କରୁଥିବ ଓଦା। 


କୁହ ହେ ଯୁବ ସମାଜ 

ବଳାତ୍କାର କରି କେତେ ବା ଖୁସି ପାଇଲ

ଝିଅଟିର ଜୀବନ ହୋଇଲା ବର୍ବାଦ

ଦେଲ ତାକୁ ନର୍କର କଷ୍ଟ।। 


ମୋର ଅନୁରୋଧ 

ଆଜିର ଯୁବପିଢ଼ିଙ୍କୁ ମୋର

ନ କରି ବଳାତ୍କାର 

ଦିଅ ନାରୀଙ୍କୁ ମାନ ଓ ସମ୍ମାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract