Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kartik The Poet

Abstract Inspirational Others

3  

Kartik The Poet

Abstract Inspirational Others

"ହ" ରୁ "ହସ"

"ହ" ରୁ "ହସ"

1 min
266


" ହସ "


"ହ" ରୁ ହାରିଯିବା

"ହ" ରୁ ହଜେଇ ଦେବା

"ହ" ରୁ ହତାଶ

"ହ" ରୁ ହୁଙ୍କାର 

"ହ" ରୁ ହା ହା କାର l


"ହ" ରୁ ହରଣ

ପୁଣି ସେଇ "ହ" ରୁ ହଜାରେ ସପନ l

"ହ" ରୁ ହିଁ ସବୁ "ହେl ହାଲ୍ଲା "

 କେବେ "ହ" ରୁ "ହେ! ଈଶ୍ୱର "

ଆଉ କେବେ "ହ" ରୁ "ହେ! ଆଲ୍ହା l"


ଏତେ ସବୁ ର କ'ଣ ପ୍ରୟୋଜନ ଯେ!

ହାରିଯିବା, ହଜେଇଦେବା,ହରଣ, ହଇରାଣ l

"ହ" ରୁ ହିଁ ବଞ୍ଚିଯିବ ହାଡ଼ କିଛି ଖଣ୍ଡ

ଯେବେ ଶରୀର ଛାଡି ଚାଲିଯିବ ଏ ଜୀବନ l

ସେଇ "ହ" ହିଁ କଣ ନିର୍ଦ୍ଧାରଣ କରିବ,

ତୁମ ଜୀବନ, ସ୍ବପ୍ନ ଆଉ ଦର୍ଶନ ର ଆକାର ଓ ପ୍ରକାର ?


 


"ହ" ରୁ "ହିଡ଼",

ଭାଙ୍ଗି ଦିଅ ସବୁ ହିଡ଼

 ଉଚ୍ଚ-ନୀଚ୍ଚ, ଭେଦ-ଭାବ ର l

"ହ" ରୁ "ହତ୍ୟା"

ହତ୍ୟା କରିଦିଅ ନିଜ ଭିତରେ ପୋଷିଥିବା

ସବୁ ଅଂହକାର l

 


ଶେଷରେ,

"ହ" ରୁ "ହସ"

 ହସି ଚାଲ ପ୍ରତିକ୍ଷଣ l

ତା ବଦଳେ ତୁମେ ପାଇ ଯିବ

ସଂଜ୍ଞା ଟିଏ,

"ହ" ରୁ "ହଁ" 

ହଁ,ଯାହାକୁ କହନ୍ତି,

"ପ୍ରକୃତ ଜୀବନ l"


                


Rate this content
Log in