Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik The Poet

Inspirational Children

3  

Kartik The Poet

Inspirational Children

କୁନି ଝିଅ ହାତରୁ ଇନ୍ଦ୍ରଧନୁ

କୁନି ଝିଅ ହାତରୁ ଇନ୍ଦ୍ରଧନୁ

1 min
221



ହଁ, ସେ ଆଙ୍କି ପାରିବ,

ଇଦ୍ରଧନୁ ଟିଏ ।

ମେଞ୍ଚା ମେଞ୍ଚା ସ୍ବପ୍ନ ସବୁକୁ 

ମୁରୁଜ ଭଳି ବୁଣି ଦେଇ.

ତା' କଅଁଳ ହାତରେ ,

"ସାତ ରଙ୍ଗ" ନୁହଁ

ସେ ସଜେଇ ଦେବ 

ସହସ୍ର ରଙ୍ଗ ର ଇନ୍ଦ୍ରଧନୁ ଟିଏ,

ଖୁବ ଅନାୟାସ ରେ ।


କିନ୍ତୁ, କଥା ଏତିକି,

ତୁମେ, ଯଦି ଅନୁଭବ

କରି ପାରିବ, ତା' ନିଷ୍ପାପ ହସକୁ

ତା' କୁନି ଓଠରେ ।

ତୁମେ ପାଇଯିବ,

 ତା' ଆଶା ଉଦ୍ଦୀପନା ଭରା 

ସମ୍ପୂର୍ଣ ସଫା ଆକାଶ ଟିଏ

ତା' ହଳେ ଆଖିରେ ।


ତା' ଆଶା, ଆକାଂକ୍ଷା

ସ୍ବପ୍ନ ର ସୀମା,

ଏସବୁ କୁ ନିର୍ଧାରଣ ଆଉ ସୀମିତ

କରିବାକୁ ତୁମେ କିଏ ଯେ!

ଥରେ ତାକୁ ସସ୍ନେହେ

ସ୍ୱାଧୀନତା ଦିଅ ।

ସେ ପ୍ରମାଣ କରିଦେବ,

ସେ ଝାନ୍ସୀ ରାଣୀ ଠୁ

ଆରମ୍ଭ କରି ଇନ୍ଦିରା ଯାଏଁ,

"ଏ ସମସ୍ତଙ୍କ ଠୁ

 ସେ ବି କିଛି କମ ନୁହେଁ ।"




Rate this content
Log in

Similar oriya poem from Inspirational