STORYMIRROR

Kartik The Poet

Abstract Tragedy Inspirational

3  

Kartik The Poet

Abstract Tragedy Inspirational

ସେ କବି ଟିଏ

ସେ କବି ଟିଏ

1 min
279

           

ସେ ଲୁହରେ ବତୁରି ଗଲେ, 

ଅନ୍ତଃସତ୍ଵା ହୁଏ କାଗଜ ଖଣ୍ଡିଏ, 

ପିତୃତ୍ୱ ପାଏ କଲମ ଟିଏ, 

ଆଉ ପେଟ ଫଟେଇ ବାହାରି ଆସେ 

ଉଆଁସୀ କନ୍ୟା, 

ଆଉ ତମେ ତାକୁ କୁହ କବିତା ଟିଏ ।

ହଁ, ତୁମେ ତା'କୁ କୁହ

"କବିତା ଟିଏ" ।।


ସେ ଜାଣେନା, 

ମୁକ୍ତିଠୁ କେତେ ଦୂରେ ତା' ଅସହାୟତା, 

ସେ ସତରେ ଜାଣେନା, 

ପ୍ରାପ୍ତି ଠୁ ଠିକ କେତେ ଦୂରେ ତା' ବିବସତ। ।

ସେ ଜାଣେ 

ରାହାଶୂନ୍ୟ ରାତ୍ରି ସହ ତା' ନିବିଡ଼ତା 

ଶଯ୍ୟହୀନ ଶାସ୍ତି ସହ ତା' ଅତ୍ମୀୟତା ।

ଆଉ ସଜ୍ଞାହୀନ ସତ ସହ ସେ କରେ ସମଝୋତା ।।


ସେ ଶିବ ନୁହେଁ, 

ହେଲେ ଭାବକୁ ଭିଡି ଆଣି ଶବ ପାଲଟି ଯାଏ, 

ନିଜକୁ ନିଜେ କେମିତି କେଜାଣି 

ପୁଣି ଜୀବନ୍ୟାସ ଦିଏ ।

ଲୁହ ଲହୁ କୁ ପୁଣି ଫେଣ୍ଟା ଫେଣ୍ଟି କରି 

ପି' ଦେଇ ସେ ମାତାଲ ହୁଏ ।

ମହାଭାରତ ର ବାକି ରହି ଯାଇଥିବା ଶେଷପର୍ବ ଟେ ପାଇଁ 

ଅସଂଖ୍ୟ କ୍ଷତ କୁ ଅନାୟାସରେ ଲୁଚେଇ, 

ସେ ପୁଣି ଅଭିମନ୍ୟୁ ଟେ ହୁଏ ।

ପ୍ରାପ୍ତି ଅପ୍ରାପ୍ତିର ଦୋ'ଛକିରେ

 ଦୁନିଆ ତା'କୁ "କବି" ଟିଏ କହେ ।।

                      



Rate this content
Log in

Similar oriya poem from Abstract