STORYMIRROR

Kartik The Poet

Tragedy Inspirational

4  

Kartik The Poet

Tragedy Inspirational

ସେ ଦାଦନ ଟିଏ

ସେ ଦାଦନ ଟିଏ

1 min
253


ତୁମ ପକେଟର ମାତ୍ର କେଇଟା 

ଦଶ ଟଙ୍କିଆ ନୋଟରେ ଝୁଲୁଛି

ତା' କଙ୍କାଳ ଉପରେ ଖଣ୍ଡ ଖଣ୍ଡ ସିଝା ମାଉଁସ l

ତୁମ ହାଣ୍ଡିର ବିରିୟାନୀ ଠୁ 

ବେଶୀ ବେଶୀ ଫୁଟୁଛି 

ତା' ପେଟରେ ଭୋକ 

ହେଲେ କେବେ ଦିଶେନି

ଦିଶେ କେବଳ, ତା' ସାତ ସିଆଁ ଓଠରେ 

ମେଞ୍ଚା ମେଞ୍ଚା  ଶୁଖିଲା ହସ   ll


ତୁମ ଭଳି ବଡ ଘର, ବଡ ଗାଡି 

ଆଉ ବଡ ବଡ ଗର୍ବ ଅହଂକାର 

ଏସବୁ କଣ ହେବ ଯେ ତା'ର ?

ସିଏ ତ ଖୋଜେ 

ତା ' ତେଲ ଲୁଣର ସଂସାର, 

ବାଣ୍ଟି ଚାଲେ ସ୍ନେହ ପ୍ରେମ

ଆଉ ପାଳେ ପୋଷେ,

ସୁଖର ମଶାଣି ଭୂଇଁରେ

ପୁଳା ପୁଳା ସଂସ୍କାର ll 


ପାପ ନୁହେଁ, ପ୍ରାପ୍ୟ ମାଗେ ସେ 

ଭିକ ନୁହେଁ, ଟିକିଏ ଭେକ ମାଗେ ସେ 

କେବେ ପାଏ, ଆଉ କେବେ ପାଏନା l

ହେଲେ ତୁମ ଦେବା ନଦେବାରେ    

ତା'ର କିଛି ବି ଯାଏ ଆସେନା 

ସେ ତ ମାଟି ସହ ମାଟି ହେଇ ପ୍ରତିଜ୍ଞା କରିଛି 

ସେଇ ମାଟିରେ ଅନାୟାସେ ମିଶିଯିବ ଦିନେ 

ହେଲେ ତୁମ ଅଭାବ ସେ ଜମାରୁ ସହି ପାରେନା ll

                          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy