Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ପିତୃପକ୍ଷ

ପିତୃପକ୍ଷ

1 min
190



ଆଶ୍ବିନ ମାସର କୃଷ୍ଣ ପ୍ରତିପଦ 

ଠାରୁ ଅମାବାସ୍ୟା ତକ

ପିତୃ ଉପାସନା ପ୍ରକୃଷ୍ଟ ସମୟ 

ବୋଲାଯାଏ ପିତୃପକ୍ଷ ।

ହେମନ୍ତ ପ୍ରବେଶେ ତିଳ ଓ ତର୍ପଣେ

ପିତୃଗଣ ହୋଇ ତୋଷ

ସନ୍ତୁଷ୍ଟ ମନରେ ବଂଶଜ ମାନଙ୍କୁ

ବରଷନ୍ତି ଶୁଭାଶିଷ ।

ହୁଏ ମହାଳୟ ପୃଥିବୀର ପୃଷ୍ଠ

ବଢେ ବଳ ଧନଧାନ୍ୟ

ସ୍ବର୍ଗ ସୁଖ ଯଶ ଐଶ୍ବର୍ଯ୍ଯ ବୃଦ୍ଧି

କରନ୍ତି ପିତରଗଣ ।

ଶ୍ରାଦ୍ଧ କର୍ମ ଅଟେ ଶ୍ରଦ୍ଧାର ବିଷୟ

ପୁରୋହିତ ପ୍ରତିନିଧି

ବିଧି ବିଧାନରେ କରି ଆମନ୍ତ୍ରିତ 

ସମର୍ପିତ ତଣ୍ଡୁଳାଦି ।

ତୁଳସୀ ସଂସର୍ଗେ କଲେ ପିଣ୍ଡାର୍ଚ୍ଚନ

ପିତୃଗଣ ହୋଇ ତୃପ୍ତ 

ଯାନ୍ତି ବିଷ୍ଣୁଲୋକ ଗରୁଡ ପୃଷ୍ଠରେ

ପୁରାଣେ ଅଛି ଉଲ୍ଲେଖ ।

ଉଚ୍ଚାରଣ କରି ନାମ କୁଳ ଗୋତ୍ର 

ହୃଦୟେ ପ୍ରକାଶି ଶ୍ରଦ୍ଧା

ଅର୍ପଣ କରିଲେ ଶ୍ରାଦ୍ଧ ତିଳୋଦକ 

ମିଳେ ସୁଖଶାନ୍ତି ସଦା ।

ବଢେ ପୁତ୍ର ପୌତ୍ର ପୁଷ୍ଟି ଓ ପୌରୁଷ 

ଦୁରିତ ହୁଅଇ କ୍ଳେଶ

ହୁଅଇ ମାନବ ଦୀର୍ଘାୟୁ ସମ୍ପନ୍ନ 

ବଢେ ସୁଖଶାନ୍ତି ଯଶ ।

ଶ୍ରାଦ୍ଧ କର୍ମ ଠାରୁ ନାହିଁ ଆନ କିଛି

ଅଧିକ କଲ୍ୟାଣକର

ପରମ ଗତିକୁ ଲଭିଲେ ପିତର

ସନ୍ତୁଷ୍ଟ ପରମେଶ୍ବର ।

  



Rate this content
Log in

Similar oriya poem from Action