STORYMIRROR

Ramani Kanta Sahu

Action Classics Inspirational

3  

Ramani Kanta Sahu

Action Classics Inspirational

ଫେରିଆସ ଗାନ୍ଧିଜୀ

ଫେରିଆସ ଗାନ୍ଧିଜୀ

1 min
345


ଫେରିଆସ ଗାନ୍ଧିଜୀ,

ଦେଖିଯାଅ ଥରେ, ତମ ପରିକଳ୍ପିତ ରାମରାଜ୍ୟ

ରାମଭକ୍ତ ବୋଲାଉ ଥିବା ବ୍ୟକ୍ତିଙ୍କ ଠାରେ 

ଦେଖିବାକୁ ମିଳେନା ତିଳେହେଁ ରାମଙ୍କ ଆଦର୍ଶ।

ହେ ଗାନ୍ଧୀ,

ଆସି ଦେଖାଯାଅ ଥରେ ତମ ରାମରାଜ୍ୟ।


ଅହିଂସାର ସ୍ଥାନ ନାହି ଏଠି

ମଣିଷ ବେଶରେ ଘୁରିବୁଲୁଛନ୍ତି ଏଠି 

ଅସଂଖ୍ୟ ରକ୍ତ ପିପାସୁ ଶାଗୁଣା

ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର

ଲୁଣ୍ଠନ, ଗଣଧର୍ଷଣ ର ଘମାଘୋଟ ଖେଳ ଚାଲିଛି

ଆସ ଗାନ୍ଧୀ,

ଥରେ ଦେଖିଯାଅ ତମ ରାମରାଜ୍ୟ।


ମଣିଷର ରଙ୍ଗ ବଦଳାଇବା ଦେଖି

ବହୁରୂପୀ ଏଣ୍ଡୁଅକୁ ବି ଲାଜ ମାଡ଼ିଲାଣି ଏଠି

ଏହା ଥିଲା କି ତମ ସୁନାର ଭାରତ

ହେ ଗାନ୍ଧୀ,

ଦେଖାଯାଅ ଥରେ ,ତମ ସ୍ୱପ୍ନର ଭାରତ।


ଗୀତା କୁ ଛୁଇଁ ମିଛ କହିବାରେ ଅଭ୍ୟସ୍ତ ମଣିଷ

ସତ କହୁଥିବା ବ୍ୟକ୍ତି ବିରଳ ଏଠି

ମାନବବାଦର ଦ୍ୱାହି ଦଉଥିବା ମଣିଷ ଏଠି

ହରାଇବସିଛି ମାନବିକତା

ହେ ଗାନ୍ଧୀ, ଫେରିଆସ

ଦେଖିଯାଅ ଥରେ ଆଜିର ଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action