STORYMIRROR

Namita Pal

Action

3  

Namita Pal

Action

ମହିଷାମର୍ଦ୍ଦିନୀ

ମହିଷାମର୍ଦ୍ଦିନୀ

1 min
261

                       

ଶରତର ଶୁଭ୍ର ପ୍ରଭାତକୁ ଭେଦି ଘଣ୍ଟା ଝାଲ ମୃଦଙ୍ଗର ଶବ୍ଦେ

ବ୍ଯାପ୍ତ ଚତ୍ତୁର୍ଦୀଗ ମନେ ଭରିଦିଏ ଅପୂର୍ବ ଉନ୍ମାଦ

ଜଗଜ୍ଜନନୀ ଦୁର୍ଗତିନାଶିନୀ ମା ଦଶଭୂଜା ବିଜେ ଆଜି ଧରା ଭୂମେ

ଶିବପ୍ରିୟା ସେଯେ,ଦାନବ ନାଶିନୀ ଶୋଭା ହସ୍ତ ଅସ୍ତ୍ରେ ଶସ୍ତ୍ରେ ।


ତୁମେ ପରା ମା ମହିଷାମର୍ଦ୍ଦିନୀ ଶୁମ୍ଭ ନିଶୁମ୍ଭ ଘାତିନୀ

ଆର୍ତ୍ତ ଜନଙ୍କର ଆର୍ତ୍ତ ତ୍ରାଣ ପାଇଁ ଏ ଭୂ ପୃଷ୍ଠରେ

ଉଭା ହୁଅ ହେ ଗିରି ନନ୍ଦିନୀ ।


ଲୁଣ୍ଠିତ ଏ ଧରା ପ୍ରତି ମୁହୂର୍ତ୍ତରେ ନର ଦାନବର ହସ୍ତେ

ଲୁହ ଜର୍ଜରିତ,ରୁଧିର ପ୍ଳାବିତ ତ୍ରାହି ତ୍ରାହି ସ୍ବରେ

କରୁଛି ଗୁହାରୀ ,କର୍ଣ୍ଣେ ମାତା ଶୁଣ ବାରେ ।


କେବେ ଶୈଳପୁତ୍ରୀ କେବେ କାତ୍ଯାୟନୀ କେବେ ପୁଣି କାଳରାତ୍ରୀ

କେବେ ମହାଗୌରୀ ପୁଣି ଚନ୍ଦ୍ରଘଣ୍ଟା କେବେ ପୁଣି ସିଦ୍ଧିଦାତ୍ରୀ

ନବ ଦୁର୍ଗା ରୂପେ ନବ ଦିନ ପାଇଁ ଅବତରୀ ଆସ ମାତେ

ରକ୍ଷାକର ମା କରୋନା କବଳୁ ଏ ଧରଣୀ ମାତକୁ

କୋଟି ପ୍ରଣତୀ ତୋ ପାଦେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action