Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ବୈଶାଖୀ ଚନ୍ଦନ

ବୈଶାଖୀ ଚନ୍ଦନ

1 min
5



ହିନ୍ଦୁ ପଞ୍ଚାଙ୍ଗରେ ପହିଲି ବୈଶାଖେ

ସ୍ଥିରୀକୃତ ହୁଏ ଲଗ୍ନ 

ତିଥି ବାର ଯୋଗ ନକ୍ଷତ୍ର କରଣ

ଶୁଭ ପାଞ୍ଜି ନିର୍ଦ୍ଧାରଣ ।

ବଇଶାଖ ଶୁକ୍ଳ ତୃତୀୟା ତିଥିରେ

ପର୍ବ ଅକ୍ଷୟ ତୃତୀୟା

ଅଖିମୁଠି ଧରି ପୂଜଇ କୃଷକ

ବିଲେ ବସୁମତୀ ମାଆ ।

ଆରମ୍ଭ ହୁଅଇ ପୁଣ୍ଯ ଶ୍ରୀକ୍ଷେତ୍ରରେ

ରଥକାଠ ଅନୁକୂଳ 

ନରେନ୍ଦ୍ରରେ ହୁଏ ଚଳନ୍ତି ଦିଅଁଙ୍କ

ଚନ୍ଦନ ଯାତ ଗହଳ ।

ଜ୍ଯେଷ୍ଠ ଅମାବାସ୍ୟା ଅପରାହ୍ନେ ହୁଏ 

ପବିତ୍ର ସାବିତ୍ରୀ ଓଷା

ସଧବା ସ୍ତ୍ରୀଲୋକେ ଚଉଁରା ମୂଳରେ

ପୂଜନ୍ତି ରଖି ସୁନିଷ୍ଠା ।

ପିନ୍ଧି ନବବସ୍ତ୍ର ନୂଆ ଶଙ୍ଖାଚୂଡି 

ପାଦରେ ରଙ୍ଗ ଅଳତା

ଦେବୀ ସାବିତ୍ରୀଙ୍କ ଉପାଖ୍ୟାନ ଶୁଣି

କରନ୍ତି ଆଶିଷ ଭିକ୍ଷା ।

କଦଳୀ ନଡ଼ିଆ ପଣସ ସପୁରୀ

ତାଳସଜ ଧୂଆମୁଗ

ଜାତି ଜାତି ଫଳ ଖର୍ଜୁର ରସାଳ

ଦିଆଯାଏ ଆମ୍ବ ଭୋଗ ।

ରହିଛି ବିଶ୍ବାସ ବଢଇ ଆୟୂଷ

ପତିଙ୍କ ହୁଏ ମଙ୍ଗଳ 

ଏଣୁ ଗୃହେ ଗୃହେ ସାବିତ୍ରୀ ପୂଜନେ

ଗୃହିଣୀ ଥାନ୍ତି ତତ୍ପର ।

ଭିତର ବାହାର ଚନ୍ଦନର ଯାତ

ଚାଲେ ବୟାଳିଶି ଦିନ

ଜ୍ଯେଷ୍ଠ ମାସର ଶୁକ୍ଳ ଚତୁର୍ଦ୍ଦଶୀ

ଦିନ ହୁଏ ସମାପନ ।

ଚନ୍ଦନ ସମାପ୍ତେ ବରଷା ଆଗମେ

ପାଳନ୍ତି ରଜ ମଉଜ

ଉତ୍ସାହ ଆନନ୍ଦେ ପୁଲକେ ପରାଣ

ଧରଣୀ ଦିଶେ ସବୁଜ ।

 



Rate this content
Log in

Similar oriya poem from Inspirational