STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସ୍ବପ୍ନର ଭାରତ

ସ୍ବପ୍ନର ଭାରତ

1 min
31


ଜାଣେନା କାହିଁକି ଏତେ ଖୁନ୍ଦିଲେସି 

ଆଖିରେ ଆଖିଏ ସବୁଜ ସୁନ୍ଦର 

ସପନ ସମ୍ଭାର ସଜାଇ ରଖିଛି ଯତନେ କିଏ, 

ଆଶାର କିରଣେ ଉଦ୍ଭାସେ ଉଜ୍ଜ୍ବଳି

ସ୍ମୃତିର ପଟଳେ ଲାଗେ ସତ ପରି

ନୀଳସ୍ବପ୍ନ ସବୁ ବାରବାର ମୋତେ ପୁକାରି କୁହେ ।

ଜଗାଇ ନିଦରୁ କୁହେ ଉଠି ପଡ

ଝାଡି ଦିଅ ମନ ପରକୁ ଚଞ୍ଚଳ 

ସଞ୍ଚର ସାହସ ଆତ୍ମ ବିଶ୍ୱାସ ଝଡିଯାଉ ଧୂଳିମଳି ,

ଉଡିବାକୁ ହେଲେ ଉଚ୍ଚ ଆକାଶରେ

ଯଥେଷ୍ଟ ନୁହଁଇ ପକ୍ଷ ଦୁଇ ଥିଲେ

ଜ୍ଞାନ ଦିବ୍ଯଦୃଷ୍ଟି ଅର୍ଜିଲେ ସହଜେ ଦିଗନ୍ତ ପାରିବ ଚିରି ।

ଶତ ବାଧାବିଘ୍ନ ଦୁଃଖ ଅବସାଦ

ପାରେ ନାହିଁ ବାନ୍ଧି ଲୌହର ଶୃଙ୍ଖଳ 

ସାର୍ଥକ ମଣିଷ ଜନ୍ମ ମନ ତାର ଅଟଇ ସ୍ବଚ୍ଛନ୍ଦ, 

ସ୍ବାଧୀନତା ତାର ଜନ୍ମ ଅଧିକାର 

ପ୍ରକାଶିବ ଭାବ ହୋଇ ଭୟଶୂନ୍ଯ

ଉଡିବ ସୁନୀଳାକାଶେ ପକ୍ଷମେଲି ସେ ମୁକ୍ତ ବିହଙ୍ଗ ।

ସତ୍ଯ ଶାନ୍ତି ମୈତ୍ରୀ ପ୍ରୀତି ଧର୍ମପଥେ

ଲକ୍ଷ୍ଯ ସିଦ୍ଧି ପ୍ରାପ୍ତି ପାଇଁ କରିବ ପ୍ରୟାସ

ବସୁଧାକୁ ଆପଣାର ମଣି ଗଢିବ ତା ସ୍ବପ୍ନର ଭାରତ,

ନାଶିବାକୁ ଭବୁ ଘୋର ଅଜ୍ଞାନ ତିମିର

କରିବ ସତତ ସିଏ ପ୍ରଯତ୍ନ ସଂଗ୍ରାମ 

ଚାଲୁଥିବ ଆଲୋକକୁ ଅନୁସରି ପାଳି ସତ୍ଯବ୍ରତ ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational