ପ୍ରେମର ସିନ୍ଦୁର ତୁମେ ମୋର
ପ୍ରେମର ସିନ୍ଦୁର ତୁମେ ମୋର
ସିନ୍ଦୁର ତୁମେ ମୋର
ଯାଇଛ ଚାଲି,
ଫରୁଆ ମୁଁ ତୁମର
ପଡିଛି ଖାଲି l
ତୁମକୁ ଏକା ଏକା
ମୁଁ ଝୁରି ଝୁରି
ବିରହେ କାନ୍ଦୁଅଛି
ରାମଙ୍କ ପରି
ଏ ଦୁଃଖ ଦେଇ ମୋତେ
ଗଲ ଭୂଲି ।
ରାତିଦିନ ମୁଁ ଖାଲି
ତୁମରି କଥା,
ଭାବିଭାବି ଲlଗଇ
ଦେହକୁ ବ୍ୟଥା
କହି ପାରେନାହିଁ ମୁଁ
କାହାକୁ ଖୋଲି ।
ସୁନା ସଂସାରକୁ ମୋ
ଚୂନା କରିଲ,
ମୋତେ କାହିଁକି ତୁମେ
ଏ ଦଣ୍ଡ ଦେଲ
ଥରୁଟେ ଦେଖା କରି
ଯାଅ ହେ ଚାଲି l

