STORYMIRROR

Sambit Srikumar

Romance Tragedy

3  

Sambit Srikumar

Romance Tragedy

ଛଳନା

ଛଳନା

1 min
147


ବେନି ପ୍ରାଣୀ ଗଢିଥିଲୁ ସପନର ବାଲିଘର ଭାବ ପୀରତିରେ

ସାଇତା ଅସଂଖ୍ୟ ମୂହୁର୍ତ୍ତର ସ୍ମୃତିରାଜି ସେଇ ସରଗ ପୁରରେ

ଯଥା ବାଲିଘର ଭାଙ୍ଗିଯାଏ ସାଗରର ଉଛୁଳା ଜୁଆରରେ

ମନ ମୋର ଭାଙ୍ଗିଯାଏ ପ୍ରିୟତମାର ମଧୁର ଛଳନାରେ।

କାହାକୁ ଭଲପାଇ ଭୁଲିଯିବା ଏମିତି ନୁହଁଇ ସହଜ

କ୍ଷତର ଚିହ୍ନ ରହେ ଚିରଦିନ ଦେହରୁ ଗଲେବି ଦରଜ

ମନ ପାରେ ସହି ଅୟୁତ କଣ୍ଟାର ନିଠୁର ଯାତନା

ହୋଇଯାଏ ଛାରଖାର ପାଇଲେ ଫୁଲର ଏକଇ ଛଳନା।

ବନ ପୋଡି ଗଲେ ହୁରି ପଡିଯାଏ ଜଗତ ସାରା

ହେଲେ ମନର ଦହନ ସଦା ରହଇ ମନରେ ପରା

ଆପଣା ଜନର ଛଳନା ସହିବା ବଡ଼ କାଠିକର ପାଠ

ମନ ପ୍ରାଣରେ ଅପରିମିତ ଦୁଃଖ କଷ୍ଟ ହୁଏ ଅନୁଭୂତ।

ଛଳନାର ହଳାହଳ ଜହରରେ ଯାଏ ଜଳି ଜୀବନ ଯୌବନ

ଆଉ ହୃଦୟର କୁଞ୍ଜବନେ ଶୁଭେ ନାହିଁ କୋକିଳର କୁହୁତାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance