ଛଳନା
ଛଳନା
ବେନି ପ୍ରାଣୀ ଗଢିଥିଲୁ ସପନର ବାଲିଘର ଭାବ ପୀରତିରେ
ସାଇତା ଅସଂଖ୍ୟ ମୂହୁର୍ତ୍ତର ସ୍ମୃତିରାଜି ସେଇ ସରଗ ପୁରରେ
ଯଥା ବାଲିଘର ଭାଙ୍ଗିଯାଏ ସାଗରର ଉଛୁଳା ଜୁଆରରେ
ମନ ମୋର ଭାଙ୍ଗିଯାଏ ପ୍ରିୟତମାର ମଧୁର ଛଳନାରେ।
କାହାକୁ ଭଲପାଇ ଭୁଲିଯିବା ଏମିତି ନୁହଁଇ ସହଜ
କ୍ଷତର ଚିହ୍ନ ରହେ ଚିରଦିନ ଦେହରୁ ଗଲେବି ଦରଜ
ମନ ପାରେ ସହି ଅୟୁତ କଣ୍ଟାର ନିଠୁର ଯାତନା
ହୋଇଯାଏ ଛାରଖାର ପାଇଲେ ଫୁଲର ଏକଇ ଛଳନା।
ବନ ପୋଡି ଗଲେ ହୁରି ପଡିଯାଏ ଜଗତ ସାରା
ହେଲେ ମନର ଦହନ ସଦା ରହଇ ମନରେ ପରା
ଆପଣା ଜନର ଛଳନା ସହିବା ବଡ଼ କାଠିକର ପାଠ
ମନ ପ୍ରାଣରେ ଅପରିମିତ ଦୁଃଖ କଷ୍ଟ ହୁଏ ଅନୁଭୂତ।
ଛଳନାର ହଳାହଳ ଜହରରେ ଯାଏ ଜଳି ଜୀବନ ଯୌବନ
ଆଉ ହୃଦୟର କୁଞ୍ଜବନେ ଶୁଭେ ନାହିଁ କୋକିଳର କୁହୁତାନ।