STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ପ୍ରେମ ଜ୍ଵଳା

ପ୍ରେମ ଜ୍ଵଳା

1 min
200

ଏକାନ୍ତ ବଞ୍ଚିଛି

ତୁମେ ଗଲା ପରେ

ଏକା ଏକା ସଂସାରରେ,

ଦୁଃଖ କହିବାକୁ

ଖୁସି କହିବାକୁ

କେହି ନାହିଁ ନିକଟରେ।


ରାତି ବିତିଯାଏ

ଅନିଦ୍ରାରେ ପ୍ରିୟେ

ଲୁହ ଭିଜା ତକିଆରେ,

କାହିଁକି ଲୁହ ଯେ

ଗଡାଉଛ ବୋଲି

ପଚାରେ ନାହିଁ କେ ଥରେ।


ଦେଖିବା ସୁଯୋଗ

ନାହିଁ ଯେ କାହାର

ଗଡନ୍ତା ଉତ୍ତପ୍ତ ଲୁହ,

ଅସମ୍ଭାଳ ହୁଏ

ଆୟତ୍ତ କରିବା

ଉଠୁଥିବା ସବୁ କୋହ।


ଏକା ଏକା ମୁହିଁ

ସବୁ ସମ୍ଭାଳଇ

କାହାକୁ କହିବି କୁହ,

ତୁମେ ଯିବା ପରେ

ଏଭଳି ବଞ୍ଚିଛି

ଆହେ ପ୍ରିୟା ତୁମ ପ୍ରିୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy