STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଡ଼ିସେମ୍ବର ପଚିଶ ଆସୁଛି

ଡ଼ିସେମ୍ବର ପଚିଶ ଆସୁଛି

1 min
118


ଧାନକଟା ଛୁଟି କିଏ କହୁଛି,

ସାନ୍ତାକ୍ଲଜ୍ ଡ୍ରେସ କାହାର ,

ଖ୍ରୀଷ୍ଟ ମାସ କିଏସେ କହୁଛି,

ଭୋଜି ଭୁଲାବୁଲି ପ୍ରସ୍ତୁତି ସରିଛି,

କୁକୁରଟା ଧାଁ ଧପଡ଼ କରୁଛି,

ଭିକାରୀଟା ଅଇଁଠା ପତର ଖୋଜୁଛି,

ଛେଳିଗୁଡା କାକୁସ୍ଥ କି ନା କିଏ ବୁଝୁଛି?

କୁକୁଡ଼ା ନିରୀହ ପ୍ରାଣୀ ତା ହୃଦୟ,

ଅଛି କି ନା କିଏ ବା ମାପୁଛି?

କମ୍ବଳ ବଣ୍ଟାକୁ କେହି ଅପେକ୍ଷା କରିଛି,

ଡ଼ିସେମ୍ବର ଶୀତ ବାଘୁଆ ସାଜିଛି,

ଭୋକ ଭିକ ଭେକ ଦହନ ଭିତରେ,

ନୂଆବର୍ଷ ଆସିବାକୁ ଅପେକ୍ଷା କରିଛି,

ଡ଼ିସେମ୍ବର ପଚିଶ ପରେ ପରେ,

ଇଂରାଜୀ ନବବର୍ଷର ଉନ୍ମାଦନା ବାସୁଛି,

ଧାନ ଅମଳ ପରେ ଜାଉ ବାସ୍ନାରେ,

ଓଡିଶାବାସୀ ଓ କୃଷକ ହସୁଛି,

ପରବ ନାଚ ତାଳେତାଳେ ମହୁଆ ନାଚୁଛି,

ମହୁଲି ମତୁଆଲିରେ ନବବର୍ଷ ଭାଷା,

ମନମତାଣିଆ ଅଲଣା ଜାଉର ବାସ୍ନା,

ଦେଶବନ୍ଧୁ ଗୋପବନ୍ଧୁ ପ୍ରେମୀ କେହିକେହି,

ଲକ୍ଷ୍ମଣ ନାୟକ କଥା ମନେ ପକାଉଛି,

ପ୍ରକୃତି ତା ବାଟେ ବଞ୍ଚିବି ମରୁଛି,

ନବବର୍ଷ ନବପଲ୍ଲବ ଆସିବା ଆଗରୁ,

ଡ଼ିସେମ୍ବର ପଚିଶ ଉନ୍ମାଦନା ଭରିଛି,

ଭାଇଚାରା ସଂସ୍କୃତି ପରମ୍ପରା ନାମେ,

ଦୁନିଆର କିଛି କିଛି ମସଗୁଲ୍ ସାଜିଛି,

ଚକାଡୋଳା ରଖ ବୁଡିବା ଭେଳା କେହି ଭଜୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract