STORYMIRROR

Prafulla Chandra Mishra

Thriller

3  

Prafulla Chandra Mishra

Thriller

ସଂଘର୍ଷ

ସଂଘର୍ଷ

1 min
161


ଅଭିଧାନେ ଏ ଶଦ୍ଦଟି ବିବାଦର ସ୍ଵର

ଏହି ଶଦ୍ଦ ଭାଙ୍ଗିଦିଏ ଅନେକ ସଂସାର

କେତେ ମୃତ୍ୟୁ କେତେ ଧ୍ଵଂସ ଜୀବନ ଅସହ୍ୟ

ମନ ମଧ୍ୟେ ସୃଷ୍ଟି କରିଥାଏ କେତେ ଭୟ ।।


ଦେଶ ଦେଶ ମଧ୍ୟେ ଏବେ ଅନେକ ସଂଘର୍ଷ

ଅତୁଳ ସଂପଦ ପ୍ରତିଦିନ ହୁଏ ନଷ୍ଟ

ସଂଘର୍ଷ ରେ ଯୁଦ୍ଧ, “ବ୍ୟବହାର ହୁଏ ଅସ୍ତ୍ର”

ବିପୁଳ ଧନ ଜୀବନ ହୋଇଯାଏ ଲୁପ୍ତ ।।


ଅସହିଷ୍ଣୁ ଭାବ ମନେ ହୋଇଲେ ଊଦ୍ରେକ

ହୁଅଇ ସଂଘର୍ଷ ଘଟେ ହରାଇ ବିବେକ

ଭାଇ ଭାଇ ମଧ୍ୟେ ପିତା ପୁତ୍ର ର ସଂପର୍କ

ଛିନ୍ନ କରିଦିଏ ଏହି ଶବଦ ସଂଘର୍ଷ ।।


ଅହରହ ଏ ମଣିଷ ସଂଘର୍ଷ କରୁଛି

ବଞ୍ଚିବା ପାଇଁ ସୁଗମ ପଥ ଖୋଜି ଖୋଜି

ରୋଗୀ ର ସଂଘର୍ଷ ରୋଗ କବଳୁ ଆରୋଗ୍ୟ

ଭୋଗି ର ସଂଘର୍ଷ ଭୋଗିବାକୁ ଅହୋଭାଗ୍ୟ ।।


ପ୍ରଦୁଷଣ ବିରୁଦ୍ଧ ରେ ପ୍ରକୃତି ଲଢେଇ

ଧର୍ମିୟ ବିରୁଦ୍ଧେ ହେତୁବାଦୀ ର ବଡେଇ

ହଜିଯାଏ ମାନବର ମାନବିକ ପଣ

ମଣିଷ ମଣିଷ ରକ୍ତ କରଇ ଶୋଷଣ ।।


ଆଖି ଖୋଲି ଅନ୍ଧ ଆମେ ପାଟି ଖୋଲି ମୁକ

ମୁଢ ପଣେ ମଣିଷର ହଜିଛି ବିବେକ

ଯେଉଁ ଦିନ ବୁଝିଯିବ ମଣିଷ ସମାଜ

ସେଦିନ ରହିବ ନାହିଁ ୟେ ଶଦ୍ଦ ସଂଘର୍ଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller