ସୁବାଷ ବୋଷ
ସୁବାଷ ବୋଷ
ବର୍ଷକୁ ବର୍ଷ ପ୍ରତିବର୍ଷ ଜାନୁଆରୀ ଛବିଶ
ସ୍ମରଣରେ ସ୍ମରଣିକା ପ୍ରକାଶ
ତୁମ ପିତା ମାତା ଓ ଶିକ୍ଷା ଦୀକ୍ଷା
ଗୁରୁ ଓ ଗରିମା ତୁମ ଦିଲ୍ଲୀ ଚଲୋ
ଏବେବି ହୃଦୟ ତନ୍ତ୍ରିରେ ବଜାଏ ବିଗୁଲ
ମତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି
କହିପାରେ ବୀର ମରେ କରି ରଣ ଅବା
ମାରେ ଖାଇ ରାଣ
ଗାନ୍ଧିଜୀ ଅହିଂସା ଆଚରି ତୁମେ ବିପ୍ଳବ ପ୍ରସାରି
ଦୁହେଁ ଗରୀୟାନ ମହୀୟାନ ଦେଶ ଯଶ ପାଇଁ
ଆଜି ସେ ପରିସ୍ଥିତି କିଏ ବୁଝିବ କେମିତି
ଲକ୍ଷ୍ୟ ଏକା ହେଲେ ଦିଗ ବିବର୍ତ୍ତମାନ
ଚତୁଃର୍ଦିଗ ରଣ ଝଙ୍କାର ଦେଇପାରେ ବୀର
ମରି ଯେ ଅମର, ମରିବା ସହଜ ନୁହେଁ ଗିର
ଏଜାଏଁ ବଞ୍ଚିବା ମରିବା ଯାର ପ୍ରଶ୍ନବାଚୀ?
ସେ ବାଲ୍ମୀକି, ସେ ବ୍ୟାସ ସେ ଅନ୍ୟ ଏକ ଗାନ୍ଧିଜି
ଯାହାର ଜ୍ଞାନ ବୁଦ୍ଧି କୌଶଳ ଶାଣିତ
ଶୋଣିତ କରେ ବୁଦ୍ଧିଜୀବି
ମରି ସେ ଅମର, ଚିତା ଭସ୍ମ ଆମ ଦେଶେ
ବୁଣିଦେବା ଫଳିବ ଜାତୀୟତା ଫଳ
କୋଳାହାଳ ଭିତରେ ଥିବ ଶୃଙ୍ଖଳା ଶୃଙ୍ଖଳ
ଆସିଛି ମାଗି ଜୟନ୍ତୀ ସେସବୁ ବୁଝିବାର ବେଳକାଳ
ସ୍ବାଧୀନତା ମୁଦ୍ରାର ଦୁଇ ପାର୍ଶ୍ୱ
ଜୟ ଗାନ୍ଧିଜୀ ଓ ଜୟ ନେତାଜୀ.
ମନେ ପଡନ୍ତି ଆସିଲେ ଜାନୁଆରୀ ଛବିଶ ।
