ଗରିବ ର ଶୀତ
ଗରିବ ର ଶୀତ
ଗରିବ ଜୀବନ କରଇ ଦହନ
ଶୀତ କାଳ ଅହରହ
ଶୀତ ର କପଡା ଗରିବ ବାପୁଡ଼ା
କିଣି ନ ପରେ ଅସହ୍ୟ ।
ପୀଡ଼ା ରେ ଅଧୀର ରହେ ଧୀର ସ୍ଥିର
ଘର କୋଣେ ଯାକିଜୁକି
ନଡ଼ା କୁଟା ଶେଜେ ବିଛାଏ ସହଯେ
ଚିଣ୍ଡା କନ୍ଥା ପରେ ବସି ।
ଥରି ଥରି ଶୁଏ ନଡ଼ା ବିଛଣା ରେ
ଶୀତ ରାତି ସାରା ବିତେ
ତୈଳ ବିନା ଦେହ ସୁଖି ହୁଏ ଦାହ
ଘାଆ ହୋଇ ରୁକ୍ଷ ଦିଶେ ।
ଖରା ବେଳେ ସିନା ସୂର୍ଯ୍ୟ କିରଣ ରେ
ରହେ ଖରା ପୁଇଁ ପୁଇଁ
ସକାଳ ସଞ୍ଜ ରେ ଶୀତ କାକର ରେ
ଵହୁ କଷ୍ଟ ଥାଏ ସହି ।
କାଠ , କୁଟା କିଣି ନ ପାରି ଅଗିନି
ଜଳାଇ ନ ପାରି ରହେ
ଚାହା ବା ଗରମ ଖାଦ୍ୟ ପାଇଁ ମନ
ବଳୁ ଥିଲେ ବି ନ ପାଏ ।
ବେଳ ଦ୍ୱିପହରେ ବାସୀ ପଖାଳ ରେ
ଲୁଣ , ଲଙ୍କା ଦଳି ଖାଏ
ପିଲା ଛୁଆ ତାର କରି ହହା କାର
ଖଣ୍ଡେ ମାତ୍ର ଛିଣ୍ଡା କନା
ଘୋଡି ହୋଇ ଦୁଃଖେ ଆହା କି କଷ୍ଟେ ସେ
ସହନ୍ତି ଶୀତ ଯାତନା ।
ଓଠ ଫାଟି ଗୋଡ ହାତ ନଡ ମଡ
ଘାଆ , ପୀଡ଼ା , ଜ୍ଵର ସର୍ଦ୍ଦି
ବୋହିଣ ଅସହ୍ୟ ଜାଡେ ଅହରହ
କଷ୍ଟ ରେ ସାହସ ବାନ୍ଧି ।
ଚଳି ଯାଉଥାନ୍ତି ନିତି କାନ୍ଦି କାନ୍ଦି
ଶୀତ ଋତୁ ଟି ପାଇଁ କି
ଭୋର ସକାଳରୁ ଥରି ଥୁରୂ ଥୂରୂ
ନାରୀ କରନ୍ତି ପାଇଟି ।
ଭାତ ଗଣ୍ଡେ ପିଲା ମୁଖ ରେ ଦେବାକୁ
ଗରିବ ଘରଣୀ ମାନେ
ଧନୀକ ଙ୍କ ଘରେ ଅଥୟ ପୀଡା ରେ
କାମ କରି ଶୀତ ଦିନେ ।
ଦୀର୍ଘ ଦିନ ଯାଏଁ ଜ୍ଵର ଲାଗି ରହେ
ପ୍ରତି ବରଷ ଏପରି
ଗରିବ ର ଶୀତ କରୁଣ ସଙ୍ଗୀତ
ଗାଏ ପ୍ରକମ୍ଫିତ କରି ।
