ଜନ୍ମଭୂମି
ଜନ୍ମଭୂମି
ଏଇ ଜନନୀ ଆମ ସଭିଙ୍କ କଲ୍ୟାଣ ପାଇଁ
ଏଇ ଜନନୀ ଆମ ହୃଦୟ ମନ୍ଦିର ହୋଇ
ଜାତି ଧର୍ମ ବର୍ଣ୍ଣ ଏହାରି ଭିତରେ
ମୈତ୍ରୀର ବନ୍ଧନ ରଖି ......
ସମୀରେ ଯେଉଁଠି ସୁବାଷ ବହଇ
ହସେ ଏଠି ସବୁ ମନ
ଭାଇ ବନ୍ଧୁ କୁଟୁମ୍ବ ଯେଉଁଠି ଦିଶଇ
ସେଇଠି ହସେ ଜୀବନ
ଏଠି ଭାଷାରେ ନାହିଁ କିଛି ଭାବ କି ବିଚାର
ଏଠି ସଭିଙ୍କ ମନେ ସଦଭାବନା ର ଘର
ଆମ ଜନ୍ମଭୂମି ସବୁଠୁ ମହାନ
ଇୟେ ଜନନୀ ଆମର......
କେତେ ଗିରିବନ କେତେ ଯେ ତଟିନୀ
କେତେ ସୁନ୍ଦର ପାଦପ
କେତେ ଯେ ଝରଣା କେତେ ପଶୁପକ୍ଷୀ
ଗୀତ ଶୁଣାଏ ମଧୂପ
ଆମ ଜନନୀ କନ୍ୟାକୁମାରୀ ଠାରୁ ବାହାରି
ଏଇ ଜନନୀ କାଶ୍ମୀରୀରେ ଯାଇ ଯାଏ ସରି
ଆହା କି ସୁନ୍ଦର ମୋର ମାତୃଭୂମି
ଆନନ୍ଦ ଦିଏ ସେ ଭରି......
ଏଇ ଜନନୀ ................
ଏଇ ଜନନୀ..........।
