ଭକ୍ତ ପ୍ରହଲ୍ଲାଦ
ଭକ୍ତ ପ୍ରହଲ୍ଲାଦ
ଭକତ ଅଧୀନ ଜଗତ କରତା
ଯୁଗେ ଯୁଗେ ଚିରନ୍ତନ
ସତ୍ୟଯୁଗ ଠାରୁ ଚଳି ଆସିଅଛି
ଅପଯ୍ୟ।ପ୍ତ ତା' ପ୍ରମାଣ ।
ନୃସିଂହ ପୁରାଣ ବର୍ଣ୍ଣନା କରିଛି
ଭକ୍ତ ପ୍ରହଲ୍ଲାଦ ଗାଥା
ଅସୁର ସନ୍ତାନ ସେଇ ପ୍ରହଲ୍ଲାଦ
ନାନା ମତେ ତା ର ପିତା ।
ଯନ୍ତ୍ରଣା ଓ ପୀଡା ସଙ୍କଟ ଓ ବ୍ରିଡା
ଦିଆଇଣ ଥିଲା ତାକୁ
ହେଲେ ବି କେଉଁଠି ନ ହୋଇଲା କ୍ଷତି
ପ୍ରଭୁ କୃପା ରେ ଭକ୍ତ କୁ ।
ନ ବ।ଧଇ କାହିଁ ପୀଡା ଯେ କିଛି ହିଁ
ଭକତେ ଘଣ୍ଟ ଘୋଡାଇ
ରଖି ଥାଆନ୍ତି ସେ ଜଗତ ଈଶ୍ୱର
ସବୁ ବାଧା କୁ ଦୂରାଇ ।
ପଚାରିଲା ଶେଷ ସମୟେ ରାକ୍ଷସ
କାହିଁ ତୋର ନାରାୟଣ
ଭକ୍ତ ପ୍ରହଲ୍ଲାଦ କହଇ ବୁଝାଇ
ଭାବେ ଭବ ବିଦ୍ୟମାନ ।
ଭାବ ରେ ଭଜିଲେ ଭକତେ ସେ ମିଳେ
ଆଚମ୍ବିତ ଅଟେ ଅତି
ଚମତ୍କାର ଭାବ ଭକ୍ତି ର ମହିମା
ଭକ୍ତ ଜନେ ହିଁ ଜାଣନ୍ତି ।
ଭକତ ଙ୍କ କରେ ଅସାଧ୍ୟ ମହୀରେ
ଅଛି କେଉଁ କାର୍ଯ୍ୟ ଅବା
ଭାବ ଆଉ ଭକ୍ତି ଘେନି ଭଜି ତାଙ୍କୁ
କରନ୍ତି ଭକତେ ସେବା ।
ଭାବ ଓ ପ୍ରତ୍ୟୟ ଘେନି ଅହରହ
ଫଳ କରନ୍ତି ପ୍ର।ପତ
ଗଭୀର ଭକ୍ତିର ସହିତ ରେ ଖୋଜ
ମିଳିବେ ପ୍ରଭୁ ତୁରିଟ ।
ପୁତ୍ର କୁ ପଚାରେ କହ ରେ କୁମର
ଏ ଖମ୍ବେ ଅଛି କି ହରି
ପୁତ୍ର କହେ ଅଛି ଭକ୍ତି ଯଦି ଅଛି
ଭକ୍ତେ ମିଳନ୍ତି ଶ୍ରୀହରି ।
ଭକ୍ତ ପ୍ରହଲ୍ଲାଦ ବଚନେ ତା' ହୃଦ
ପ୍ରଚଣ୍ଡ କ୍ରୋଧ ରେ ଜଳି
ଉଠିବା ରୁ କରେ ଗଦା ପ୍ରହାର ରେ
ଖମ୍ବ ଚୂର୍ଣିଭୁତ କରି ।
ଦେବାରୁ ସହସା ନୃସିଂହ ବାହାର
ହୋଇ ତାକୁ ଭିଡ଼ିଧରି
କୋଳ ରେ ଶୋଆଇ କରରୋହେ ନାଭି
ପକାଇଲେ ବେଗେ ଚିରି ।
ଭକ୍ତ ପ୍ରହଲ୍ଲାଦ ଗାଥା ଯେ ଅପାର
ଭକ୍ତି ଭାବ ନିଦର୍ଶନ
ଧାରଣ କରିଣ ପ୍ରଚଳିତ ଅଛି
ଏ ଭାରତେ ଚିର ଦିନ ।
