STORYMIRROR

LALIT MOHAN DASH

Inspirational Thriller

3  

LALIT MOHAN DASH

Inspirational Thriller

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
186

ଉତ୍ତରାୟଣ ପର୍ବର ପ୍ରଥମ ଦିବସ 

ମକର ସଂକ୍ରାନ୍ତି ...

ମକରର ଅଧିପତି ଗ୍ରହରାଜ 

ପାଳିତ ହୁଏ ଏହି ପର୍ବ 

କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ !

ଏହି ଦିନୁ ଶୁଭ ଦିନ ଆରମ୍ଭ ହୁଅଇ 

ବିଭା ବ୍ରତ ଦାନ ଧର୍ମରେ 

ଆନନ୍ଦ ମୁଖରିତ ହୋଇଯାଏ ସବୁ ଦିଗ ।


କେଉଁଠାରେ ତିନି ଦିନ 

କେଉଁଠାରେ ଦିନେ 

ପାଳିତ ହୁଅଇ ଏ ପର୍ବ ମକର  

ଚାଷୀ ଠାରୁ ଆଦିବାସୀ 

ସମସ୍ତଙ୍କ ପାଇଁ 

ମଧୁର ପ୍ରେମର ମହକ 

ଏ ମକର ପର୍ବ  

ଚାଷୀ ପାଇଁ ଆସିଥାଏ 

ନୂତନ ଫସଲ  

ଖୁସିରେ ଉଡ଼ଇ ଗୁଡି 

ଗୁଡି ଉଡା ପର୍ବ ପୁଣି 

ଖେଳିଯାଏ ଆନନ୍ଦର ଲହରୀ ।


ଉତ୍ତରାୟଣ କାଳର ଅନନ୍ତ ମହିମା 

ଶରଶଯ୍ୟାରେ ଅଧିଶୟନ କରି 

ଭୀଷ୍ମ ପିତାମହ 

ଇଚ୍ଛା ମୃତ୍ୟୁ ବର ସାଥିରେ ଧରି 

କରିଥିଲେ ଅପେକ୍ଷା 

ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିପଥକୁ...

ମକର ରାଶିରେ ସୂର୍ଯ୍ୟ ହୋଇଲେ ପ୍ରବେଶ 

ଦେହତ୍ୟାଗ କଲେ ପିତାମହ ଭୀଷ୍ମ !

ଉତ୍ତରାୟଣ ମାର୍ଗରେ ଗଲେ 

ସ୍ଵର୍ଗଗାମୀ ହୋଇ 

ହୋଇଥାଏ ମୁକ୍ତି ଆତ୍ମାର  

ଛଅ ମାସ ସୂର୍ଯ୍ୟଙ୍କର ଏ ଉତ୍ତରାୟଣ 

ଅତ୍ୟନ୍ତ ପବିତ୍ର ଏହି ମଙ୍ଗଳ ସମୟ 

ମକରରେ ଗଙ୍ଗା ସ୍ନାନ 

ପ୍ରୟାଗରେ କୁମ୍ଭ ମେଳା 

ତ୍ରିବେଣୀରେ ସ୍ନାନ..

ସର୍ବ ପାପ କ୍ଷୟ ହୋଇ 

ବଢ଼ଇ ଯେ ପୁଣ୍ୟ ।


ବାର ମାସେ ତେର ପର୍ବ ଶ୍ରୀ ମନ୍ଦିରରେ ...

ମକରଚୌରାଶି ବେଶ 

ଜଗନ୍ନାଥଙ୍କର ମକର ସଂକ୍ରାନ୍ତିରେ  

ଶିରରେ ମକର ଚୂଳ 

ସଙ୍ଗେ ନବ ବସ୍ତ୍ର..

ମକର ଚୌରାଶି ବେଶ କରିଲେ ଦର୍ଶନ 

ମୁକ୍ତିଦାତା ପରା ସେହି ଜଗତ ଠାକୁର 

ସେ ପ୍ରାଣୀର ହୁଏ ନାହିଁ 

କେବେ ପୁନର୍ଜନ୍ମ !

ମକରରେ ମକର ଭାର ସାଥିରେ ଧରି 

ମାଆ ଲକ୍ଷ୍ମୀ

ପୌଷ ମାସରେ ବାପ ଘର ଯାଇ 

ଫେରିଥାନ୍ତି ମକର ସଂକ୍ରାନ୍ତିରେ  

ନୂଆ ଚାଉଳ ଘିଅ ସର ଆଖୁ 

ଖୁଆ ଓ ବିଭିନ୍ନ ଫଳରେ 

ମଧୁମୟ ସେ ମକର ଚାଉଳ 

ନୈବେଦ୍ୟ ଲାଗିହୁଏ ଜଗନ୍ନାଥଙ୍କ ପାଖରେ !


ଓଡ଼ିଶାର ଘରେ ଘରେ ପୁରେ ପୁରେ

ପ୍ରତି ଦେବ ମନ୍ଦିରରେ 

ମକର ଚାଉଳ ନୈବେଦ୍ୟ 

ଲାଗି ହୋଇଥାଏ ଏହିଦିନ  

ମାଆ ଲକ୍ଷ୍ମୀଙ୍କର 

 ଶ୍ରୀମନ୍ଦିର ଫେରିବାର ଏହି ବିଖ୍ୟାତ ଉତ୍ସବ 

"ମକର ବେଢ଼ା" ନାମରେ ନାମିତ ।


ଅପୂର୍ବ ପରବ ଇଏ 

ସ୍ନେହ ସମ୍ପର୍କର 

ବନ୍ଧୁତାର ଭାବରେ ବନ୍ଧା 

ବାଣ୍ଟିବାରେ ମକର ଚାଉଳ...

ଶୀତର ବିଦାୟ ସହ 

ବସନ୍ତର ଆଗମନ 

ସୂର୍ଯ୍ୟଙ୍କ ତେଜର ସାଥେ ବଢଇ ଆଲୋକ      

କେତେ ସ୍ଥାନେ ମକର ଯେ 

ନୂତନ ବରଷ 

ଆନନ୍ଦରେ ଭରିଯାଏ ଏ ସାରା ଜଗତ

 ଏହି ଦିନୁ ହୋଇଥାଏ ଦିନ ବଡ !      

କରିଲେ ସୂର୍ଯ୍ୟଙ୍କୁ ପୂଜା ମକରରେ 

ଶାରୀରିକ ମାନସିକ ଆନନ୍ଦ ମିଳଇ 

ମୋକ୍ଷ ମିଳେ ପୁଣ୍ୟ ମିଳେ 

ଆଲୋକିତ ହୋଇଥାଏ 

ଜୀବନର ନୂଆ ନୂଆ ପଥ..

ଆଶୀର୍ବାଦ କର ପ୍ରଭୁ 

ହେ ଜଗତର ନାଥ 

ମକରରେ ଜଗତରେ 

ଭରିଯାଉ ସୁଖ ।



Rate this content
Log in

Similar oriya poem from Inspirational