ମାଆ
ମାଆ
ଅମୃତମୟୀ ମାଆ
ହୋଇଥାଏ ସଦା ସାହା
କରୁଥାଏ ଦୁଖେ ଆହା
ତା ପରି ପରୀ ସ୍ୱର୍ଗ ଅପସରୀ
ସୃଷ୍ଟିରେ ବିନ୍ଧାଣୀ ଖଞ୍ଜିଛି ଯାହା l
ମାଆ ଟିଏ ଥାଉ
ଲୁହ ପୋଛିଦେଇ ଜହ୍ନମାମୁଁ ଦେଖେଇ
କହିବ ମୋ ସୁନା ଡାକୁଛି ଆ
ମାଆ ଟିଏ ଅଛି ଯାହାର l
ଭାରସା ଆଶାରେ ଉଜ୍ବଳ ମୁହଁ ତାର
ଚକା ଚକା ଭଉଁରୀ
ମାଆ ଅଟେ ନାଉରୀ
ସଂସାର ତରୀ
ବାହି ଚାଲେ ଦୁଃଖେ ସୁଖେ ସବୁରି l
ଚଢେଇ ପେଟ ଚିହ୍ନି
ଗରୀବର ସାହା ବନି
ପର ଆପଣା ଭେଦଭାବ ଭୁଲି
ନାନା ବାୟା ଗୀତ ବୋଲି l
ଶରଗରୁ ଚାନ୍ଦ ଆଣିଦେବ କହି
କାନ୍ଦୁଥିବା ପିଲା ବୁଝିଯାଏ ଆହା
ତା ସ୍ନେହ ପରଶ ପାଇ
ମାଆ ଟିଏ ସରି ଦୁନିଆଁରେ କିଏ ଅଛି କାହିଁ
ତା ବୁକୁତଳ କୋହ ଦୁଇଆଖି ଲୁହ
ବୁଝିଗଲେ ତା ସନ୍ତାନ ତା ଦୁଃଖ ରହିବ ନାହିଁ l
