STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ବଞ୍ଚିଥାଇ ମୃତ୍ୟୁ

ବଞ୍ଚିଥାଇ ମୃତ୍ୟୁ

1 min
148


ମୃତ୍ୟୁ ଆସିବା ଆଗରୁ ମୃତ୍ୟୁ ଆସେ

ଅନେକ ଥର ବାରବାର

ଘଟ ଓ ଘାଟ ପରିବର୍ତ୍ତନ ହୁଏ ଥରକୁ ଥର

କେବେ ଥକି ଶିଖି କେବେ ଠକି ଶିଖି

କେବେ ଅନୁଭୂତିର ଦହନ ରୁ ମନନ ଯାଏଁ

ଏମିତିତ ଦୁଃଖ, ନିରାଶା ହତାଶା ଯନ୍ତ୍ରଣା

ମାରୁଥାଏ ଅହରହ

ଦିବାସ୍ବପ୍ନ ଦେଖି ଦେଖି

ଲୋଭ ମୋହ ମାୟା ଓ ବନ୍ଧନରେ ପେଷି

ଇନ୍ଦ୍ରଜାଲରେ ମାଛି ପରି ଛଟପଟ ହେବା ସାର

ଜୀବନ ଓ ମୃତ୍ୟୁର ସଂଘର୍ଷ କରେ ଥରହର

କାମନା କୁ ବିନାସିଛି କିଏ

ଭାଗ୍ୟଫଳ ତର୍ଜ୍ଜମା ନକରୁଛି କିଏ

ସବୁ ବୃଥା କେବଳ ଭଗବତ ସତ୍ତା

ଉପଲବ୍ଧି କରିଛି ଯିଏ

ମୃତ୍ୟୁ ଆସୁ ଯେତେ ଥର

ଚରଣ ସ୍ପର୍ଶ କରୁ ତାର

ଶିକ୍ଷା ପାଏ ଦୀକ୍ଷା ନିଏ ବୁଝିଯାଏ ଜୀବନ

ସାର ବା ଆସାର

ଘଟ ଓ ଘାଟ ତାକୁହିଁ ତୃପ୍ତି ଦିଏ

ବୁଝାମଣା ଓ ଅନୁଶୀଳନ ଜୀବନ କାଳେ

ଭାରି ସିନା ଲାଗେ

ମୃତ୍ୟୁ ଆସିବା ଯାଏ ନିର୍ବାହୀ ବଞ୍ଚିଯାଏ

ନଚେତ ଅନେକ ଥର ମୃତ୍ୟୁ ସଙ୍ଗେ ଯୁଝୁ ଯୁଝୁ

ଜୀବନ ଟା ସତରେ କରେ ଦିକଦାର

ଥରକୁ ଥର ମୃତ୍ୟୁର କରାଳ ଛାୟାରେ ।


Rate this content
Log in

Similar oriya poem from Action