STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଆଗାମୀ କାଲିର ସାହିତ୍ୟ

ଆଗାମୀ କାଲିର ସାହିତ୍ୟ

1 min
143


ଅବ୍ଦ ରେ ଶବ୍ଦ ମାନେ ଫୁଟେଇବେ ବମ

ବୁଝି ହବ କିଛି ଅବୁଝା ଅଝଟିଆ ରମ୍ୟ

ଗୁଳି ଫୁଟିବ ଛାତିରେ ଗତାନୁଗତିକତାରେ 

ବିଶ୍ୱାସ ଓ ନିଶ୍ୱାସରେ ମଲମ ଇରମ

ସାହିତ୍ୟ ପଳାତକ ହେବ ଅଥବା ଶରବିଦ୍ଧ

ମାଧୁର୍ଯ୍ୟ ଥିବ କି ନଥିବ ଚଷମା ଖୋଜୁଥିବ

ସ୍ପଷ୍ଟ, ସ୍ୱଚ୍ଛ, ପୁଲକ ଯୁଗ୍ମ ଅଯୁଗ୍ମ ପ୍ରେମ

ସାହିତ୍ୟକୁ ବୃତ୍ତ କରି ଆବୃତ୍ତିରେ ପିକ ପରି

ଶବ୍ଦ, ଭାବ ଲୟ ତାଳ ମେଳ ଖୋଜୁଥିବେ କେହି

ଅବୁଝା ଶବ୍ଦ ବୋମାରେ କ୍ଷତାକ୍ତ ହୋଇ କେହି

ହୁଏତ ନିଜକୁ ଅପାରଗ ଭାବି ଯିବ ଦବି

ଭଲ ହୁଅନ୍ତା ସାହିତ୍ୟ ନିଷ୍କଳଙ୍କ ଟିକିଲି ପିନ୍ଧି

ଶବ୍ଦ ସାର୍ବଜନୀନ ଜନନୀ ପରି ଘୁଙ୍ଗୁର ବାନ୍ଧି 

ସମସ୍ତଙ୍କୁ ଛନ୍ଦି ବାନ୍ଧି ବିଶ୍ୱାସ ନିଶ୍ୱାସରେ ସନ୍ଧି

ସ୍ୱାଗତ ଗୀତକା ସାହିତ୍ୟ ହସୁଥାଆନ୍ତା ଠୋ ଠୋ

ସତରେ ଆସନ୍ତା କାଲିର ସାହିତ୍ୟ ପଚାରନ୍ତା କୋ ଅହଂ

ପାଠକେ କହୁଥାନ୍ତେ ସ୍ୱ ଅହଂ,ତୁ ସେହି

ଆଗାମୀ ଵଂଶଧର ମାନଙ୍କ ନିରପେକ୍ଷ ସ୍ୱାକ୍ଷର ।


Rate this content
Log in

Similar oriya poem from Abstract