STORYMIRROR

Shashanka sekhar Ray

Thriller Others

4  

Shashanka sekhar Ray

Thriller Others

ସୁରାପାନ

ସୁରାପାନ

1 min
187

ପୃଥିବୀଟା ସୂର୍ଯ୍ୟ ଚାରିପଟ ଛାଡି

ମୋ ଚାରିପାଖେ ଘୁରିବୁଲେ

ମୁଁ ଚାଲିଯାଇଥାଏ ସ୍ଵର୍ଗକୁ

ଦେବରାଜ ସିଂହାସନେ ବସିଥାଏ

ମେନକା ଉର୍ବଶୀ ମାନେ ନୃତ୍ୟରତ

କୁହୁଡିଆ କୁହୁଡିଆ ଧୂଆଁରେ ମୁଁ ପହଁରୁଥାଏ ।

ସବୁ ଦୁଃଖ ପ୍ରତାରଣା ଯନ୍ତ୍ରଣାକୁ ଭୁଲିଯିବାକୁ

ସୁରା କାଳେ ଏକ ମାତ୍ର ମହୋଷଧି

ସଂସାରର ଜଞ୍ଜାଳ ଅବଶ ଦେହର ସବୁ ଥକାପଣ

ରାସାୟନିକ ଯୁଦ୍ଧେ ପରାସ୍ତ ସମସ୍ତ ଅଂଗ

ତଳିପାରୁ ମୁଣ୍ଡଯାଏଁ ହରାଇଦିଅନ୍ତି ଅସ୍ତିତ୍ଵ କିଛିକ୍ଷଣ ଯାଏଁ ।

କିଛିକ୍ଷଣ ଆନନ୍ଦରେ ବି ମଜାଥାଏ

ଯିଏ ଅନୁଭବି ସେ ହିଁ ଜାଣେ

ଶୃଙ୍ଗାରର ଆନନ୍ଦଠାରୁ ବି ବହୁତ ।

ସମାଜ କହୁପଛେ ମଦୁଆ

ମଦୁଆ ହୋଇ ବଞ୍ଚିବାରେ ଆନନ୍ଦ

ସବୁଦିନ ମରୁଥିବା ବଞ୍ଚୁବଞ୍ଚୁ

ଅସରନ୍ତି ଦୁଃଖର ଜହର ପିଇ

ଶୋଇଯିବା

ସଂସାରର ଦଦରା ନାଆଟାକୁ

କାତ ଛାଡି ଭସାଇଦେବା ବେପରୁଆ ଭାବେ

ଗାଇ ଗାଇ ବେସୁରା ସଂଗୀତ ।

ଘୁଣପୋକ ପରି କାଟୁଥାଏ ମୋ କଲିଜା

ଦେହର ନଈପଠାରେ ଅଣ୍ଡାଦେଇ

ଖେଳୁଥିବେ କଙ୍କଡାର ଜୀବାଣୁମାନ

ତଥାପି ମୋର ଭୟ ନାହିଁ

 କ୍ଷଣିକ ଉତ୍ତେଜନା ମୋର ଖାଲି ଲୋଡା 

ପୃଥିବୀକୁ ଆସିଛୁ ଆଜି ନ ହେଲେ କାଲି ମରିବା

କେହି ନୁହେଁ ଏଠି ଅମର

ଏହି ମନ୍ତ୍ରଟିକୁ ଭଜି ଭଜି 

ଅଭିନୟ ସାରି ବାହୁଡିବାକୁ ପଡିବ ।

 ସବୁଜାଣିଶୁଣି କାହିଁକି ଭୂଲ ବାଟେ ଯିବାକୁ ମନ କୁହେ

ଚେଇଁଥିବା ଲୋକକୁ ଉଠାଇପାରିବ କେହି

ପ୍ରବୃତ୍ତି ପ୍ରକୃତି ବଦଳିଯିବନି ସହଜେ

ମଲାଯାଏଁ ଟାଣୁଥିବ ଘୁଷୁରୀକୁ ଲୋଟିବାକୁ ପଙ୍କରେ

ଉଜୁଡିଯାଉଛି କାହିଁ କେତେ କେତେ ସଂସାର

ଏସବୁର ଉତ୍ତର କଣ କେହି

ଠିକ୍ ରେ ଦେଇପାରିବ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller