STORYMIRROR

Saudamini Tripathy

Classics

3  

Saudamini Tripathy

Classics

ମାୟାଧର

ମାୟାଧର

1 min
205


ଆହେ ମାୟାଧର 

ଭବ ସାଗରରୁ ଜୀବ ପାରି କର ,

ଆହେ ମାୟାଧର l


ମୋର ମୋର ବୋଲି ସବୁକୁ ଜାବୁଡି

ମାୟା ମୋହେ ହିଂସା ଅହଙ୍କାର

ଆସିଅଛି ଏକା ଯିବି ମୁହିଁ ଏକା

ଜଳାଇବେ ମିଶି ପରିବାର l


ଆସିଛି ଲଙ୍ଗଳା ଯିବି ମୁଁ ଫୁଙ୍ଗୁଳା

ଛାଡ଼ି ସୁଖ ପାର୍ଥିବ ସଂସାର

ଲୋଭ ମୋହ ହିଂସା କାମ କ୍ରୋଧ ଦ୍ଵେଷ

ବୃଦ୍ଧି ନ କରି ସଞ୍ଜମ କର

ଆରେ ବାଇଧର ।


ଜନମେ ଏନ୍ତୁଡି ମରଣେ ଶ୍ମଶାନ

ଦୁଇ ହାତ ଜମି ଦରକାର

ଛ-ଖଣ୍ଡ ବାଉଁଶ ଲୋଡ଼ା ଟି ଶେଷରେ

ଛାଡ଼ିଦେବେ ହୋଇ ନିର୍ବିକାର

ଆରେ ବାଇଧର ।


ଷଡଋପୁ ବଶୀଭୂତେ ମୂର୍ଖ ମତି

କେବେ ନ ଜପିଲୁ ନିରାକାର

ଗୋଟିଏ ମାଆର କୋଳରୁ ଜନମି

ଭାଇରେ ବାଣ୍ଟି  ସମ୍ପତ୍ତି ଘର

ମା ବାପ ବାଣ୍ଟୁ ସମ୍ପତ୍ତିକୁ ନେଇ

ବଶ ହୋଇ ହିଂସା ଅହଙ୍କାର

ଖରାପ ଗୁଣରେ ନୃସଂଶ ଅନ୍ଧ

ସ୍ୱାର୍ଥ ଯୋଡିରେ କୁ -ବ୍ୟବହାର

ଦୟା କ୍ଷମା ସ୍ନେହ ସତ୍ୟ ଧର୍ମ

ସେବା ନିର୍ବିଘ୍ନରେ ରହି ବହୁଦୂର

ମାୟା ଲୋଭେ ଯୋଡି ହିଂସା ଆଚରି

ଘୃଣ୍ୟ ହିଂସା ବୃତ୍ତି କୁସଂସ୍କାର

ରାକ୍ଷସ ଗୁଣରେ ଧରା ସରା ମଣେ

ମଦ ମାଶ୍ଚର୍ଯ୍ୟରେ ବଳାତ୍କାର l

ମନ ସଞ୍ଜତରେ ହରି ଚିନ୍ତା କର

ବେଳା ଥାଉ ଥାଉ ଅହଙ୍କାର ତ୍ୟାଗ କର

ରେ ବାଇଧର.।


ସତ୍ ଲୋକେ ସବୁ ଖରାପ ଦିଶନ୍ତି

ଘୃଣ୍ୟ ଗୁଣୀ ସଦା ଆପଣାର

ଲୋଭ ଅହଙ୍କାର ମିଳି ଯାଇ ସବୁ

ଅନ୍ଧରେ ବୁହାଇ ରକ୍ତଧାର l

ସୁଗ୍ରୀବରେ ଅହଂକାରେ ତଡି ବଳି

ଅତି ଦର୍ପେ ମାନି ପ୍ରତିହାର

ସ୍ଵର୍ଣ୍ଣ ଲଙ୍କା ପୋଡି ପାଉଁଶ ହୋଇଲା

ରାବଣ ବୁଦ୍ଧିରେ ଭ୍ରଷ୍ଟାଚାର

ମାନୀ ଦୁର୍ଯ୍ଯୋଧନ କୁରୁବଂଶ ଧ୍ଵଂସ

କାରଣବଶ ରେ ଅହଙ୍କାର

ବେଳା ଥାଉଁ ଥାଉଁ ମନ ସଞ୍ଜତ କର

ଆରେ ବାଇଧର

ରାତି ପାହି ଯିବ ସକାଳ ହୋଇବ

ବାନ୍ଧି ନେବେ ଯମ ପରିବାର

ପର ଧନ ଦାରି ନାରୀ ଚୋରି ବୃତ୍ତି

ଦୁର୍ବୃତ୍ତ ବୁଦ୍ଧିକୁ ପରିହାର l

ଆରେ ବାଇଧର


ମନ ପାରା ନିରାକାର ଚିନ୍ତା କର

ଆରେ ବାଇଧର

ନାମ ଜପ କର ନିରାକାର ଭଜ

ସଂସାର ତରୀରୁ ହେବୁ ପାର l

ଆରେ ବାଇଧର ।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics