Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract Classics

4  

Binata Mohanta

Abstract Classics

ଆସ ମା'ଗୋ ଆସ.....

ଆସ ମା'ଗୋ ଆସ.....

1 min
343


ସଜାଇ ହୋଇଛି ପ୍ରକୃତି ରାଣୀ 

ଶୁଶୋଭିତ ଧରା ଧାମ

ଚତୁଃର୍ଦିଗେ ଗୁଞରିତ ହେଉଛି

ଜପୁଛି ତୁମରି ନାମ । 


ସରାଗରେ ଧରା ଚାହିଁ ରହିଛି

ତୁମ ଆଗମନ ପାଇଁ

ଆସ ମା'ଗୋ ଆସ ସରଗୁ ଓହ୍ଲାଇ

ଜଗତ ବସିଛି ଚାହିଁ । 


କାଶତଣ୍ଡୀ ଫୁଟି ଚାମର ସାଜିଛି

ନୀଳ ଆକାଶର ତଳେ

ରାତ୍ରୀ ସାରା ଜହ୍ନ ଉଜାଗର ରହି

ଶୀତଳ ଜୋଛନା ଢାଳେ । 


ଗଙ୍ଗଶିଉଳିର ଭୁରୁଭୁରୁ ବାସ୍ନା

ମଳୟ ଦେଉଛି ବିଞ୍ଚି

ଏ ଧରା ଧାମ ତୁମ ଅପେକ୍ଷାରେ

ଦର୍ଶନ ଦିଅ ପହଞ୍ଚି  । 


ନାନା ବର୍ଣ୍ଣ ଫୁଲ ଫୁଟି ଶୋଭୁଛି

କେବେ କରିବ ଧାରଣ

ଅପରାଜିତା,ପଦ୍ମ ଚାହିଁ ରହିଛନ୍ତି

ହେବାକୁ ପାଦେ ଅର୍ପଣ । 


ଅଭୟ ଦାୟିନୀ ଶକ୍ତି ସ୍ବରୂପିଣୀ

ଜୟ ମା'ଗୋ ଦୁର୍ଗା ଜୟ

ତୁମ ଆଗମନେ ଧରଣୀ ବକ୍ଷରୁ

ପାପରାଶି ହେଉ କ୍ଷୟ । 


ଯୁଗେ ଯୁଗେ ମା'ଗୋ ସଂକଟ ମୁଖରୁ

ତୁମେ କରିଛ ଉଦ୍ଧାର

ସେହି ଶୁଭ ବେଳା ପୁଣି ଆସିଅଛି

ବିଳମ୍ବ କିମ୍ପାଇଁ କର । 


ଆସ ମା'ଗୋ ଆସ ସିଂହ ସବାରୀରେ

କରିବାକୁ ପାପ ନାଶ

ଅନ୍ୟାୟ ଦୁରାଚାର ସହ ଲଢିବା ପାଇଁ

ବରଷାଅ ତୁମ ଆଶିଷ ।


Rate this content
Log in

Similar oriya poem from Abstract