STORYMIRROR

Binata Mohanta

Classics

4  

Binata Mohanta

Classics

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
397

ଶ୍ରାବଣ ମାସର ପୂର୍ଣ୍ଣିମା ଆଜି

ଭାଇର ହାତରେ ରାକ୍ଷୀ ବାନ୍ଧିବାକୁ

ଭଉଣୀ ବସିଛି ସୁଭଦ୍ରା ସାଜି ।


ମଥାରେ ଚନ୍ଦନ ସିନ୍ଦୂର ଦେଇ

ଦୀପ ଫୁଲ ସହ ଭାଇର ହାତରେ

ରାକ୍ଷୀଟେ ବାନ୍ଧିଲା ସରାଗେ ଯାଇ ।


ଭାଇକୁ ଅନାଇ କହେ ଭଉଣୀ

ରାକ୍ଷୀ ବାନ୍ଧିଦେଲି ଭାଇ ମୋହର

ଉପହାର କାହିଁକି ନ ଦିଅ ପୁଣି ।


ଭାଇ ଶୁଣି ଉପହାର ବର୍ଣ୍ଣନ

କାନ୍ଧକୁ ନଚାଇ ଆଖି ମିଟିକାଇ

ନିମିଷ ମାତ୍ରକେ ହେଲା ଉଭାନ


ଏଅବା କିପରି ରାକ୍ଷୀ ପୂର୍ଣ୍ଣିମା

ଉଦାସ ମନରେ ମାଆକୁ ପଚାରେ

ଏହାର କି ଅଛି କୁହ ମହିମା


କାହିଁ ପାଇଁ ପାଳୁ ଏମିତି ପର୍ବ

ଚାଖଣ୍ଡେ ସୂତାର କି ଅବା ମୂଲ୍ୟ

ଉପହାର ଭାଇ କାହିଁକି ଦେବ ।


ବୁଝାଇ କହିଲେ ମାତା ମୋହର 

ସ୍ନେହ ମମତାର ଅଟେ ଏଇ ପର୍ବ

ସୂତା ନୁହେଁ ଏତ ସମ୍ପର୍କ ଡୋର


ଭାଇର ଦୀର୍ଘାୟୁ କରି କାମନା

ସୂତାକୁ ଆୟୂଧ କରି ଭଉଣୀ

ଇଶ୍ଵରଙ୍କ ଠାରେ କରେ ପ୍ରାର୍ଥନା


କର୍ତ୍ତବ୍ୟ ବୋଧର ଏହା ଦୃଷ୍ଟାନ୍ତ

ଭଉଣୀର ସୁଖ ସମୃଦ୍ଧି ନିମନ୍ତେ

ଭାଇ ହୋଇ ଥାଏ ଦୃଢ ନିଶ୍ଚିତ ।


ଦ୍ଵାପର ଯୁଗର କଥାଟି ଏହି

କୃଷ୍ଣଙ୍କ ହାତରେ ଦେଖି ରକ୍ତଧାର

ବସ୍ତ୍ରାଶେଂ ଦ୍ରୌପଦୀ ଦେଲେ ଘୋଡାଇ


ବସ୍ତ୍ର ଚାଖଣ୍ଡେର ଚିହ୍ନିଲେ ଗୁଣ

କୌରବ ସଭାରେ କୋଟି ବସ୍ତ୍ର ଦେଇ

ଭଉଣୀର କୃଷ୍ଣ ରଖିଲେ ମାନ ।


ଏତିକି ଭିତରେ ଆସିଲେ ଭାଇ

ପ୍ୟାକେଟ ଖୋଲି ନୂଆ ଡ୍ରେସ୍ ଟିଏ

ଭଉଣୀ ହାତରେ ଦେଲା ଥମାଇ 


ଅତି ମନଲୋଭା ସେହି ପୋଷାକ

ସଞ୍ଚିତ ଅର୍ଥରେ ଭାଇ ଆଣି ଦେଲା

ଭଉଣୀକୁ ଯାହା ପ୍ରୀତି ଜନକ


ଭଉଣୀ ଆଖିରେ ଆସିଲା ଲୁହ

ଭାଇର ହାତରେ ନଥିଲା ତା ରାକ୍ଷୀ

ଭରିଥିଲା ତ‌ହିଁ ଅଜସ୍ର ସ୍ନେହ ।



Rate this content
Log in

Similar oriya poem from Classics