STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ନାମ ସୁଧାରସ

ନାମ ସୁଧାରସ

1 min
283


ନୀଳ ସମ୍ମୋହନେ ବିଭୋର ପରାଣ 

ଉଚ୍ଚାଟେ କାଳିଆ କାହ୍ନା

ପୁକାରେ ମୂରଲୀ ରୋମାଞ୍ଚେ କଦମ୍ବ 

ଉଜାଣି ମନ ଯମୁନା ।


ନାଶି ଅନ୍ଧକାର ନିକୁଞ୍ଜ ସଦନେ

ପ୍ରକାଶ ଶଶୀମଣ୍ଡଳ

ଜିଣି ଇନ୍ଦ୍ରଚାପ ଉଦେ ହୁଅ ନାଥ

ମାଧବ ମୋହନ ଚୂଳ ।


ବେଢି କଟିତଟେ ପୀତ ପଟ୍ଟବସ୍ତ୍ର

ବିରାଜ ବ୍ରଜସୁନ୍ଦର 

ଅମୀୟ ଅଧରେ ଫୁଟୁ ଦରହାସ 

ବେଣୁ ସ୍ବନ ସୁମଧୁର ।


ତଲ୍ଲୀନ ମଗନ ଆକୁଳ ହୃଦୟେ 

କୃଷ୍ଣ ନୀଳ ଅଭିସାର 

ଅନୁରାଗ ରାଗ କେଳି ରସରାସେ

ଜୀବନ ପ୍ରାଣ ଅଧୀର ।


ବାସୁ ମହମହ ଶ୍ରୀହରି ଚରଣ

ଅଭୟ ପଦ୍ମ ପରାଗ

ପାନ କରି ସଦା ନାମ ସୁଧାରସ

ମିଳୁ ପରମ ଆହ୍ଲାଦ ।

   


Rate this content
Log in

Similar oriya poem from Classics