STORYMIRROR

Sarojini Mishra

Classics

4  

Sarojini Mishra

Classics

ହେ ଗୁରୁ

ହେ ଗୁରୁ

1 min
234


ହେ ଗୁରୁ ତୁମେ ଆକାଶ ଠୁ ବଡ

ଧରା ଠାରୁ ମହିୟାନ

ହେ ଗୁରୁ ତୁମେ ଅଜ୍ଞାନ ଅନ୍ଧାରେ

କର ଆଲୋକ ବର୍ଷଣ ।


ହେ ଗୁରୁ ତୁମେ ଦିଗ୍ ଭ୍ରାନ୍ତ ମନରେ

ଦିଗ୍ ଦର୍ଶନ ଭରିଦିଅ

ନିରାଶା ଦିଗନ୍ତେ ଆଶାର ଆଲୋକ

ବିଚ୍ଛୁରଣ କରି ଯାଅ ।


ହେ ଗୁରୁ ତୁମେ ଛନ୍ଦହୀନ ପ୍ରାଣେ

ଛନ୍ଦର ଝଙ୍କାର ତୋଳ

ଅଥଳ ଜଳରେ ଭାସିଯାଉଥିଲେ

ଦେଖାଇ ଦିଅ ହେ କୂଳ |


ହେ ଗୁରୁ ତୁମେ ତିମିରେ ଆଲୋକ

ନିରାଶାରେ ଆଶା ସ୍ରୋତ

ଆପେକ୍ଷ ସପକ୍ଷେ ତୁମେ ନିରପେକ୍ଷ

ତୁମେ ଯେ ଅସରା ବିତ୍ତ ।


ହେ ଗୁରୁ ତୁମେ ଭଙ୍ଗା ମନେ ଭର

ପବିତ୍ର ଗଙ୍ଗାର ଜଳ

ଜୀଇଁବା ରାସ୍ତାରେ ମାଇଲି ଖୁଣ୍ଟ ହେ

ଅଟ ଯେ  ସର୍ଵ ସମ୍ୱଳ ।


ହେ ଗୁରୁ ତୁମେ ଜୀବନ ମରୁରେ

ଅଟ ସ୍ରୋତସ୍ୱିନୀ ଧାରା

ତୋୟ ଦାନ କରି ସନ୍ତୋଷ ସାଉଁଟ

ହେ ଦାନୀ ଚିର ଗମ୍ଭୀରା ।


ହେ ଗୁରୁ ତୁମେ ଜୀବନ ପାହାଚ

ଗାରିମାରେ ଦିଅ ଭରି

ତ୍ୟାଗର ମନ୍ତ୍ରରେ ପ୍ରୀତିର ଛନ୍ଦରେ

ଦିଅ ହେ ଓଁକାର ଭରି ।


ଚିର ନମସ୍ୟ ହେ ଚିର ବନ୍ଦିତ ହେ

ଶ୍ରଦ୍ଧାର ନୈବେଦ୍ୟ ନିଅ

ଶ୍ରଦ୍ଧାଞଳୀ ପୁଟେ ପ୍ରଣିପାତ କରେ

ଘେନ ହେ ଗୁରୁ ପ୍ରବର ।  


Rate this content
Log in

Similar oriya poem from Classics