STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ପୁଣ୍ୟ ପବିତ୍ର ମୋ ଭାରତ ମାଟି

ପୁଣ୍ୟ ପବିତ୍ର ମୋ ଭାରତ ମାଟି

1 min
288

     

ପୁଣ୍ୟ ପବିତ୍ର ମୋ ଭାରତ ଭୂଇଁ 

          ଚରଣେ ତାର ମଥା ରହୁ ନଇଁ,

ତା' କୋଳେ ରହିଛି ସୁଖରେ ମୁହିଁ 

      ଲୋଡ଼େ ଯାହା ଦିଏ ସେ ମୋ ପାଇଁ।

ସବୁଠୁ ପ୍ରିୟ ଏ ମୋ ମାତୃଭୂମି

       ଧନ୍ୟ ହୋଇଛି ତା' କୋଳେ ଜନମି,

ସୁନ୍ଦର ତାର ବଣ ପାହାଡ଼ ଜମି

          ଦିଏ ବଳ ହେବାକୁ ପରାକ୍ରମୀ।

ନଦ ନଦୀ ସାଗର ବେଳାଭୂଇଁ

            ରହିଥାଏ ତାର ଚରଣ ଛୁଇଁ,

ଗଙ୍ଗା ଯମୁନା ବହିଯାଏ ଯହିଁ

        ତା' ସମାନ ଦେଶ ନାହିଁରେ ନାହିଁ।

ଭାରତ ମାତା ବୀର ପ୍ରସବିନୀ

          ସନ୍ତାନ ତାର ନମ୍ର ଜ୍ଞାନୀ ଗୁଣୀ,

କର୍ମପଥେ ରହିଥାଏ ଅଗ୍ରଣୀ

        ସେବା କରେ ମାଆର ମନ ଜାଣି।

ବିକାଶ ଲାଗି ଦିଏ ସେ ସୁଯୋଗ

         ସନ୍ତାନକୁ ତାର କରଇ ଯୋଗ୍ୟ,

ତା' ସେନେହ ମମତା ଅନୁରାଗ

       ଜୀବନେ ଆଣି ଦିଅଇ ସୌଭାଗ୍ୟ।

ପୁଣ୍ୟ ପବିତ୍ର ଏଇ ମାଟିର କୋଳେ

       ଜନମେ ଯିଏ ରହେ ସେ ମଙ୍ଗଳେ,

ମଥା ନୁଆଁଇ ତାର ପାଦ ତଳେ 

       ଜନମିବାକୁ ଚାହେଁ କାଳେ କାଳେ।

      


Rate this content
Log in

Similar oriya poem from Abstract