STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ସୁନା ଭଉଣୀ ମୋର

ସୁନା ଭଉଣୀ ମୋର

1 min
376


ଭଉଣୀ ମୋ ସୁନା ଭଉଣୀ

ମନ ମାରି ତୁ ଆଉ ଜମା ରହନି

ବାନ୍ଧି ଦେ ବାନ୍ଧି ଦେ ରାକ୍ଷୀ ତୁ ଆଣି


ଛାଡି ଦେ ତୋର ମାନ ଅଭିମାନ

ଭୁଲି ଯିବୁ ନାହିଁ ଦେଇ ଦେ ରାଣ

ସବୁ କଥା ମୋର ଭୁଲି ତୁ ଯିବୁ

ମୋ ଦୋଷ କେବେ ତୁହି ନ ଧରିବୁ


ତୋ ବିନା ମୋର ଦିନ ସରେନି

ମୋ ମନ କଥା କୁ ପାରୁ ତୁ ଜାଣି

ଭଉଣୀ ମୋ ସୁନା ଭଉଣୀ....


ଭାରି ଅଲି ଅଳି ଝିଅ ଆମର

ତୋ ବିନା ଭଲ ଲାଗେନା ଘର

ତୋ ଖୁସି ଦେଖି ଦୁନିଆ ହସେ

ତୋ କାନ୍ଦ ଦେଖି ରୁଷି ମୁ ବସେ


ତୋ ଲୁହ ଦେଖି ରହି ହୁଏନି

ତୋ ଖୁସି ବିନା କିଛି ଚାହେଁନି

ଭଉଣୀ ମୋ ସୁନା ଭଉଣୀ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics