STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅଗ୍ରପୂଜ୍ୟ ଗଣପତି

ଅଗ୍ରପୂଜ୍ୟ ଗଣପତି

1 min
274

ହେ ଅଗ୍ରପୂଜ୍ୟ ହେ ଗଉରୀ ନନ୍ଦନ

ତୁମେତ ବିଶ୍ଵ ବନ୍ଦନ,

କୋଟି ସୂର୍ଯ୍ୟ ସମ ପ୍ରଭ ଗଣାଧିପ

ଶୋଭା ଆରକ୍ତ ବରଣ ହେ;

ସର୍ବ ବିଘ୍ନ ବିନାଶକ;

ତୁମ ଆରାଧନା କରଇ ପ୍ରଭୁ ମୁଁ

ତୁମେତ ବିଦ୍ୟା ଦାୟକ ହେ ।


ଯମକୁ ମୂଷିକ କରିଣ ବାହାନ

କରି ପଦେ କଲ ବନ୍ଧନ,

ବେଦବ୍ୟାସ ଙ୍କର ମହା ଭାରତ କୁ

ଭୁଜପତ୍ରେ କଲ କଲମ ହେ;

କର କର ପରିତ୍ରାଣ;

ଅଜ୍ଞାନ ଅନ୍ଧାରୁ ପାରକର ବାରେ

ଆହେ ପ୍ରଭୁ ଗଜାନନ ହେ ।


ଜ୍ଞାନ ପରୀକ୍ଷାରେ ଅଗ୍ରଣୀ ଭୂମିକା

ନେଇ ହେଲ ତୁମେ ଶ୍ରେଷ୍ଠ,

ହର ପାର୍ବତୀ ଙ୍କ କୋଳ କୁ ମଣ୍ଡନ

କରିଅଛ ଗଣନାଥ ହେ;

ତୁମେ ଅଗତିର ଗତି;

ସିଦ୍ଧି, ରିଦ୍ଧି ହୃଦ ସର ରାଜହଂସ

ମହାପ୍ରଭୁ ଗଣପତି ହେ ।


ଖର୍ବ ସ୍ଥୁଳ ତନୁ କୋଟି ଚିତ୍ରଭାନୁ

ବଳି ରୂପ ଅନୁପମ,

ନାନା ରତ୍ନ ଆଭୁଷଣ ଦେବ ଗଣ

କରନ୍ତି ତବ ବନ୍ଦନ ହେ;

ସ୍କନ୍ଧେ ଫଣୀ ଯଜ୍ଞ ସୂତ୍ର;

ରୂପ ଶୋଭା ତୁମ ମନମୁଗ୍ଧକର କରେ

ଜଗତ ମୋହିତ ହେ ।


ରକ୍ତ ବର୍ଣ୍ଣ ବସ୍ତ୍ର ହୋଇ ପରିହିତ

ମଣିମୟ ସିଂହାସନ,

କରି ଆରୋହଣ ହେ ହର ନନ୍ଦନ

ପ୍ରଫୁଲ୍ଲ ଗୁହାରି ଶୁଣ ହେ;

ମୋର ଅଜ୍ଞାନ ତିମିର;

ଦୂରକରି ବାରେ ଜ୍ଞାନର ଆଲୋକେ

ମୋତେ ଉଦ୍ଭାସିତ କର ।


Rate this content
Log in

Similar oriya poem from Classics