STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଦୁନିଆ - ଦୁଇ ନିଆଁ

ଦୁନିଆ - ଦୁଇ ନିଆଁ

1 min
323


ମାତୃ ଗର୍ଭରେ ଜୀବନ ହେଉଛି ସଞ୍ଚାର

ଅଣାକାର ଭୂମି ମାତ୍ର ନ ଥାଏ ଆକାର


ମାତୃ ଗର୍ଭରେ ଥାଇ ମୁକ୍ତି ପାଇବା ପାଇଁ

ନିରନ୍ତର ପ୍ରାର୍ଥନା ଥାଏ ମର୍ତ୍ତ୍ୟରେ ଜନମ ପାଇଁ


ମର୍ତ୍ତ୍ୟ ମଣ୍ଡଳରେ ଯେବେ ପାଦ ଥାପି ଯାଏ

କୁଆଁ କୁଆଁ ଡାକ ରେ ପ୍ରଭୁ ନାମ ଭୁଲି ଯାଏ।


ଏନ୍ତୁଡି ଜଳିଲା କୋଳାହଳ ହେଲା

ଆମ ପାଖକୁ ଜଣେ ଅତିଥି ଆସିଲା

ପରିବାର ପରିଜନ ପାଳିଲେ ଉତ୍ସବ

କିଛିଦିନ ଚାଲି ଥିଲା ଜନମ ପରବ।


ମା କୋଳରେ ଥାଇ ଜହ୍ନ ମାମୁଁ ଦେଖା ହେଲା

ହାମ୍ବୁଡ଼ିବା, ଚାଲିବା ,କଥା କୁହା ଶିକ୍ଷା ହେଲା

ପାଞ୍ଚ ବର୍ଷ ର ଲାଳନ ପାଳନ ପରେ ପରେ 

ବିଦ୍ୟାଳୟ ଜୀବନ ଯାତ୍ରା ଆରମ୍ଭ ସେଠାରେ।


ସାଙ୍ଗ ସାଥି ଖେଳ କୁଦ ହସ ଖୁସିରେ ଜୀବନ

ଚାହୁଁ ଚାହୁଁ ବିତିଗଲା ସେଇ ବିଦ୍ୟାଳୟ ଜୀବନ।


କାଳ କ୍ରମେ ଜୀବିକା ନିର୍ବାହ ପାଇଁ ପନ୍ଥା ନିରୂପଣ

ପ୍ରାପ୍ତ ବୟସ୍କ ହେଲା ପରେ ବାହାଘର ଆୟୋଜନ


ଜଞ୍ଜାଳ-ମୟ ଜୀବନ ଆରମ୍ଭ ସଂଘର୍ଷ ସହିତ

ବଞ୍ଚିବାର ସ୍ଵାଦ ନାହିଁ ଆଉ ଦେଖି ସମସ୍ୟା ଜଡ଼ିତ।


ଜୀବନ ନାଟକ ଦୃଶ୍ୟ ସୁଖ ଦୁଃଖ ଅଛି ଭରି

ପିଲା ଛୁଆ ତେଲ ଲୁଣର ସଂସାର ଲାଗୁଛି ଭାରୀ।


ପ୍ରଭୁ ନାମ ଭଜନ କଥା ଭୂଲି ସଂସାର ମାୟାରେ

ବିତିଯାଏ ଅମୂଲ୍ୟ ଜୀବନ ବିଷୟା ରସରେ।


ଶେଷ ଦୃଶ୍ୟ ବାକି ଅଛି ମଶାଣି ଭୂଇଁ ରେ

ଜଳିବ ଶେଷ ଜୁଇ ସରିଯିବ ଖେଳ ଏ ମର୍ତ୍ତ୍ୟରେ।


ଆସିଲା ବେଳର ଖୁସି ଥାଇ ନିଆଁ , ଏନ୍ତୁଡି ନିଆଁ

ମଶାଣିରେ ଶେଷ ନିଆଁ , ଜଳୁଥିବ ଜୁଇ ର ନିଆଁ।


ଜୀବନ କାଳରେ ଭଲ କର୍ମ କଲେ ରହିଥିବ ଯଶ

ପର-ଉପକାର ସେବାରେ ହିଁ ପୁଣ୍ୟ ଥାଏ ଅଶେଷ।


ମର୍ତ୍ତ୍ୟ ମଣ୍ଡଳେ ଜନ୍ମ ହେଲେ ନିଶ୍ଚୟ ଦିନେ ମରିବା

ମରି ବି ଅମର ରହିବା ଯଦି ଭଲ କର୍ମ କରିଥିବା।


ଏନ୍ତୁଡ଼ି ନିଆଁ ତ ଆଜିକାଲି ଆଉ ଜଳା ଯାଉନାହିଁ

 ଜଳିବ ନିଶ୍ଚୟ ଜୁଇ ନିଆଁ ତିଳେ ବି ସନ୍ଦେହ ନାହିଁ ।।


Rate this content
Log in

Similar oriya poem from Abstract