ବିଭୁ ଵନ୍ଦନା
ବିଭୁ ଵନ୍ଦନା


ସକାଳୁ ଉଠିଣ କ୍ରମେ ସ୍ମରଣ
ଶ୍ରୀଜଗନ୍ନାଥ ନାମ ଗୋଟି
ସକଳ କଲ୍ୟାଣ ବର୍ଷିଲେ ସିଏ
ସକଳ ଶୁଭ ସେ ନାମ ସ୍ମରି ।
ଅନାଦି ଅନନ୍ତ ସକଳ ଜାଣନ୍ତ
ନାମ ବସିଛନ୍ତି ଭାବଗ୍ରାହୀ
ଅଜର ଅମର ଆଦ୍ୟ ସନାତନ
ସକଳ ଘଟରେ ବିଜେ ସେହି ।
ସେତ ମହାକାଳ ଅଜେୟଅଭୟ
ସକଳ ଦେବଙ୍କ ରୂପ
ସୁର ନର କିନ୍ନର ସର୍ବତ୍ର ବଜୟ
ଏକରୁ ସେ ଅନେକ ରୂପ ।
ନିତ୍ୟ ସତ୍ୟ ସନାତନ ଜଗନ୍ନାଥ
ବିଶ୍ଵର ପାଳନ କର୍ତ୍ତା
ପ୍ରତି ମୁହୂର୍ତ୍ତରେ ତାଙ୍କ ପ୍ରଣିପାତ
ସଭିଙ୍କର ସିଏ ପ୍ରାଣ ଦାତା ।