STORYMIRROR

DHARITRI SAHU

Classics

3  

DHARITRI SAHU

Classics

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
277

ବସନ୍ତ ପଞ୍ଚମୀ ଗଲାଣି କେବେଠୁ

ବସନ୍ତ ମଳୟ ବହିଲାଣି,

ଶୀତ ଲୁଚି ଲାଣି ବଉଦ ଉହାଡେ

ଚୁପି ଚୁପି ବଂଶୀ ବାଜିଲାଣି।


ମନ ହଜିଯାଏ ଅଜଣା ରାଇଜେ

ହଳଦୀ ବସନ୍ତ ଉଡିଲାଣି,

ପ୍ରଜାପତି ଦେହ ରଂଗ ବଦଳିଲା

ନାଲି ନେଳି ଫଗୁ ଲାଗିଲାଣି।


ଶୀତ ହଜିଯିବ ଅଘି ର ନିଆଁ ରେ

ତରଙ୍ଗରେ ଫଗୁ ଉଡି ଆସେ,

ମାନିନୀ ରାଧିକା କୁଞ୍ଜ ଉହାଡରେ

ଶ୍ୟାମ ସାଥେ ମିଶି ରାସ ରଚେ।


ଦିଗବଳୟରେ ଶୁଭେ ପଞ୍ଚମୀର ତାନ

କୋକିଳ ର କଣ୍ଠ କୁହୂ ରାବ,

ଫୁଲର ସମ୍ଭାର ସୁଗନ୍ଧରେ ସ୍ବର

ଭରୁଅଛି ପୁଲକିତ ଭାବ।


ହଜନ୍ତି ପ୍ରେମିକେ କେଉଁ ଦୁନିଆରେ

ଠିକଣା ତ ଖୋଜି ପାଆନ୍ତିନି,

ନିରାଶା ଓ ଆଶା ଦୋଛକି ରାସ୍ତାରେ

କେଉଁ ଆଡେ ଯିବେ ଜାଣନ୍ତିନି।


ରାତ୍ର ବିଭାବରୀ ଉଦ୍ଦାମେ ଉତ୍ତରୀ

ଆନମନା କରେ ପ୍ରେମୀ ମନ,

ଭୁଲ୍ ଠିକ୍ ପଥ ବିଚାରି ନ ପାରି

ମଳୟ ପବନେ ହାରେ ପ୍ରାଣ।


ରୋମାଞ୍ଚିତ ଦେହେ ସ୍ବେଦ କଣା ଭରେ

ପୁଲକିତ ହୁଏ ହୃଦୟରେ,

ଦୂର ଦିଗବଳୟୁ ବହି ଆସେ ଫଗୁ

ମନ ହୃଦୟରେ ରଂଗ ଭରେ।


ମାଳତୀ, ମନ୍ଦାର, କୁନ୍ଦ,ପାରିଜାତ

ହେନା, କାରୁବାକ ,କନିହର,

ଜାତି ଜାତି ଫୁଲ ଫୁଟି ଉପବନେ

ବହି ଆସେ ସୁଗନ୍ଧ ସମୀର।


ଉଷାର ଆଗମେ ଭ୍ରମର ରସିକ

ପାଗଳର ପ୍ରାୟେ ଧାଇଁ ଆସେ,

ମଧୁ ପାନ କରି ପ୍ରେମ ଦାନ କରି

ବନ୍ଦୀ ହୁଏ ପ୍ରେମିକାର ଛନ୍ଦେ।


ଧନ୍ୟ ଏହି ସୃଷ୍ଟି ଧନ୍ୟ ତାର ସ୍ରଷ୍ଟା

ପ୍ରକୃତି ପୁରୁଷ ଲୀଳା ଖେଳା,

ପ୍ରେମ ପ୍ରୋତ୍ସାହନେ ଜିତିଲା ବସନ୍ତ

ରୁତୁ ରାଜ ଶେଷେ ବୋଲାଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics