Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ଚାଚେରୀ ଭ୍ରମଣ

ଚାଚେରୀ ଭ୍ରମଣ

1 min
118



ରାଧିକା ମୋହନ ରାଧିକା ମୋହନ,

ଚାଚେରୀକୁ ବିଜେ ପ୍ରଭୁ ଲୀଳାମୟ,

ଚଢ଼ି ବିଚିତ୍ର ବିମାନ l

ଧନ୍ୟ ନର ନାରୀ ଧନ୍ୟ ବସୁନ୍ଧରୀ

ଦେଖନ୍ତି ବଂଶୀ ବଦନ l

ଝୁଲି ଝୁଲି ଚାଲେ ବିଚିତ୍ର ବିମାନ

ଭକ୍ତ କରନ୍ତି ନର୍ତ୍ତନ ll

ଉଦ୍ଦଣ୍ଡ କୀର୍ତ୍ତନ ଆଲଟ, ଚାମର

ବିବିଧ ବାଜଣା ବାଜେ l

ଦରଶନ ପାଇଁ ସ୍ୱର୍ଗ ପୁରୁ ଆସି

ସର୍ବ ଦେବାଦେବୀ ବିଜେ ll

ଦୋଳାରେ ବିଜୟ ଶ୍ରୀନନ୍ଦ ନନ୍ଦନ

ରସେ ରାସେଶ୍ୱରୀ ରାଧା l

ଦରଶନେ ତାଙ୍କ ଅବଶ୍ୟ ଛୁଟଇ

ଭବସିନ୍ଧୁ ଭୟ ବାଧା ll

ଚଉପାଶେ ବେଢ଼ି ପ୍ରେମୋନ୍ମତ୍ତ ଭକ୍ତେ

ଅବିର ଦିଅନ୍ତି ବୋଳି l

ରଙ୍ଗ ପିଚକାରୀ ସାଥେ ମରାମରି

ହରିବୋଲ ହୁଳହୁଳି ll

ଘଣ୍ଟ ଘଣ୍ଟା ଖୋଳ ଟମକ ମର୍ଦ୍ଦଳ

ବାଣ ଝାଲର ରୋଷଣୀ l

ତାରାବଳି ମଧ୍ୟେ ବିଜେ କରିଛନ୍ତି

ଅବା କିବା ନିଶାମଣି ll

ମଧୁରେ ବାଜଇ ମୋହନ ମୁରଲୀ

ଜଗମୋହନିଆ ବେଶ l

କାନ୍ଦି କାନ୍ଦି ଭକ୍ତ ଗଡ଼ି ଛନ୍ଦା ଛନ୍ଦି

ଭାବେ ହୋଇ ଭାବାବେଶ ll

ମନ୍ଦ ମନ୍ଦ ଗତି ଅପୂର୍ଵ ବିମାନ

ତହିଁ ବିଜେ ବନମାଳୀ l

ନିଆଳି, ମାଳତୀ,ବନଫୁଲେ ଶୋଭା

ରାଧା ଶିରେ ଜାମୁଡାଳି ll

ମନ୍ଦ ମନ୍ଦ ବହେ ମଳୟ ମାରୁତ

ମହୀରେ ବସନ୍ତ ଶୋଭା l

ଦ୍ଵାରୀ ଭୋଗ ମାଗି ଭକତ ଦୁଆରେ

ଭକତ ବତ୍ସଳ ଉଭା ll

ଚରଣ ବନ୍ଦଇ କୃଷ୍ଣଚୁଡ଼ା ଦେଇ

କୃଷ୍ଣହେ ଜଗତ ବନ୍ଧୁ l

ଆତପତ୍ର ପ୍ରାୟେ ଆର୍ତ୍ତ ଢାଙ୍କିଦିଅ

ଆର୍ତ୍ତତ୍ରାଣ ଦୟା ସିନ୍ଧୁ ll

ମିନତି କରଇ ରାଧାକୃଷ୍ଣ ପାଦେ

ମନ ରହୁ ମୋର ସ୍ଥିର l

ବିମାନେ ବିଜୟ ଚଳିଯାନ୍ତି ପ୍ରଭୁ

ହଟିଆ ନଟ ନାଗର ll

       


Rate this content
Log in

Similar oriya poem from Classics