ସ୍ବାର୍ଥ ହୀନ ମାେ ପ୍ରେମ
ସ୍ବାର୍ଥ ହୀନ ମାେ ପ୍ରେମ


ଯା ହାତ ଧରି ବାଟ ଚାଲୁଥିଲି
ଅଧା ବାଟେ ଦେଲା ଛାଡି,
ସାରା ଜୀବନ ତା ସାଥେ ଚାଲିବାକୁ
ବୋଧେ ମୋ ଭାଗ୍ୟରେ ନାହିଁ ।
ରାଣ ଖାଇଥିଲା ଛାଡି ଯିବନାହିଁ ଏଇ ଜୀବନେ
ବଞ୍ଚିଥିବା ଯାଏଁ ଦୁଃଖ ଦେବନି ଏଇ ମୋ ମନେ
ଦେହ ଛାଡି ଯିବାକୁ ଅଳି କରୁଛି ସ୍ପନ୍ଦନ...
ରେ ମନ,
ତାକୁ ବୁଝେଇ କହିଦେ ସ୍ବାର୍ଥ ହୀନ ମାେ ପ୍ରେମ ।୧।
ମନ ମୋତେ ମାଗିଥିଲା ଦେଲି ମୋ ହୃଦ ଜୀବନ
ପ୍ରେମ ବରଷା ବଦଳେ ଦେଲି ତାକୁ ମୁଁ ଶ୍ରାବଣ...
ହୋ... ପ୍ରେମ ବରଷା ବଦଳେ ଦେଲି ତାକୁ ମୁଁ ଶ୍ରାବଣ
ଶ୍ରାବଣର ପ୍ରେମେ ଭିଜି ଭିଜି ମନ ଭରିଲା ତା'ର..
ଏବେ ସେ କହୁଛି ପ୍ରେମ ବର୍ଷା ନୁହଁ ଥିଲା ଜହର..
ହୃଦୟହୀନା କୁହେ ଯା'ର ଥିଲି ମୁଁ ଜୀବନ ...
ରେ ମନ,
ତାକୁ ବୁଝେଇ କହିଦେ ସ୍ବାର୍ଥ ହୀନ ମାେ ପ୍ରେମ ।୨।
ବିଶ୍ୱାସରେ ବିଷ ଦେଇ ଗଲା ମାେ ଠାରୁ ଦୂରେଇ
ଦୋଷ ନ ଥାଇ ବି ମୋର ଦୋଷୀ କରିଦେଲା ସେଇ..
ହୋ.. ଦୋଷ ନ ଥାଇ ବି ମୋର ଦୋଷୀ କରିଦେଲା ସେଇ..
କାଲି ମାେ ସିନ୍ଥିରେ ଦେଇଥିଲା ସିଏ ଟୋପେ ସିନ୍ଦୂର
ଆଜି ସେ କହୁଛି ସିନ୍ଦୂର ନୁହଁ ସେ ନାଲି ରଙ୍ଗର...
ହୃଦୟକୁ ଚୁନା କରି ଗଲା ମୋ ପ୍ରାଣ ଧନ...
ରେ ମନ,
ତାକୁ ବୁଝେଇ କହିଦେ ସ୍ବାର୍ଥ ହୀନ ମାେ ପ୍ରେମ ।୩