STORYMIRROR

samhita jena

Fantasy

4  

samhita jena

Fantasy

ରଙ୍ଗର ପର୍ବ ହୋଲି

ରଙ୍ଗର ପର୍ବ ହୋଲି

1 min
299


ଫଗୁଣ ଆଣିଛି ଫଗୁର ପସରା

ଦେଖି ବସୁନ୍ଧରା ଖୁସି

ଫୁଲର ସମ୍ଭାର ବକ୍ଷରେ ତାହାର

ସ୍ୱାଗତ କରୁଛି ହସି।


ଶୁଆ,ଶାରୀ ଆଉ ହଳଦି ବସନ୍ତ

ଫଗୁ ରଙ୍ଗେ ରଙ୍ଗାୟିତ

ଆମ୍ବ ଡାଳେ ବସି ପଞ୍ଚମ ତାନରେ

କୋଇଲି ଗାଉଛି ଗୀତ।


ମଳୟ ଭରିଛି ଶୀତଳତା ମନେ

ପଲ୍ଲବିତ କରି ଧରା

ଅପେକ୍ଷାର ଅନ୍ତ ଘଟାଇ ଆଣୁଛି

ହୋଲି ରଙ୍ଗର ପସରା।


ଜାତି,ଧର୍ମ,ବର୍ଣ୍ଣ ବୟସ ଶେଷରେ

ରଙ୍ଗ ବୋଳା ବୋଳି ହୋଇ

ସୂଚାଇ ଦିଅନ୍ତି ଏକ ଓ ଅଭିନ୍ନ

ଭେଦ ଭାବ କିଛି ନାହିଁ।


ରଙ୍ଗ ଭରିଦିଏ ମନରେ ତରଙ୍ଗ

ପ୍ରେମ ଧାରା ଯାଏ ବହି

କହ୍ନେଇ ମନର ପ୍ରେମର ରଙ୍ଗଟା

ରାଧା ମନୁ ଛାଡେ ନାହିଁ।


ବୃନ୍ଦାବନେ ହୋଲି ଖେଳି ବନମାଳୀ

ସୃଷ୍ଟି କଲେ ପରମ୍ପରା

ସେଦିନୁ ଫଗୁଣ ରାଧାକୃଷ୍ଣ ଗୁଣ

ରଙ୍ଗ ଅବିରେ ଲେଖିଲା।


ଜୀବନର ରସ ହୋଲିର ରଙ୍ଗରେ

ସତେକି ଯାଇଛି ହଜି

ଲାଗଇ ଅପୂର୍ବ ରଙ୍ଗର ପରବ

ସଂସାରଟା ଯାଏ ମଜି।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy