କବିତା ଗୋ ତୁମେ
କବିତା ଗୋ ତୁମେ
କବିତା ଗୋ ତୁମେ,
ଆସ ନାହିଁ ଆଉ
ମୋ' ଘର ଝରକା ଡେଇଁ।
ତୁମେ ଆସିଲେ
ଏଆଖିର ପଲକ
ଜମା କେବେ ପଡେ ନାହିଁ।
କବିତା ଗୋ(0)
କେବେ ତୁମେ ଆସ
ନିଦୁଆ ଆଖିରେ,
ଅନେକ ଭାବନା ନେଇ ।
କେବେ ଆସ ପୁଣି
ଝରି ବରଷାରେ
ଉଜାଣିଆ ନଈ ହୋଇ ।
କେବେ କେବେ ତୁମେ
ସାଜିଛ ଗୋଧୂଳୀ ମିଛେଇ ସଂଜର ଛାଇ l
କବିତା ଗୋ(୧)
କେବେ ତୁମେ ଏକ ମରୁ ଝଡ ହୋଇ ।
ଗଢିଦିଅ ବାଲି ସ୍ତୁପ।
କେବେ ତୁମେ ଜାଳ
ପରାଣ କାହାର
ଜଳିଲା ସଳିତା ଦୀପ।।
ଚାଲି ଯାଅ ନାହିଁ କଳ୍ପନା ରାଇଜୁ ମେଞ୍ଚାଏ ତମସା ଦେଇ l
କବିତା ଗୋ(୨)
ହାତେ ଧରି ଆସ
ଶବ୍ଦର ଚାଙ୍ଗୁଡି,
ହାରଟେ ଗୁନ୍ଥିବା ପାଇଁ।
ରାତି ସରେ ନାହିଁ
ସେ ହାର ସଜେଇ ।
ମାରି ମାରି କେତେ ହାଇ
କେବେ ଜାଗେ କେବେ ଜଗାଅ ମନକୁ
ରାତି ଯାଇ ଥାଏ ପାହି।
କବିତା ଗୋ (୩)