STORYMIRROR

Raja Sekhar CH V

Romance Fantasy

4  

Raja Sekhar CH V

Romance Fantasy

ତୁମ ପ୍ରଣୟ

ତୁମ ପ୍ରଣୟ

1 min
327

ସହସ୍ର ସହସ୍ର ନୟନ ବୀକ୍ଷଣ କରୁଛନ୍ତି ତୁମ ଲାବଣ୍ୟ ଲୋଚନ,

ଲକ୍ଷ ଲକ୍ଷ ଚକ୍ଷୁ ଦୃଷ୍ଟିପାତ କରୁଛନ୍ତି ତୁମ ସୁନ୍ଦରତମ ଚନ୍ଦ୍ରବଦନ,

କୋଟି କୋଟି ବର୍ଣ୍ଣରେ ଅସମ୍ଭବ ଯେ ତୁମ ସୌନ୍ଦର୍ଯ୍ୟକାନ୍ତି ବର୍ଣ୍ଣନ,

ତୁମ ଧ୍ୟାନମଗ୍ନ ସ୍ମରଣ ମୋ ମନରେ ଆଣୁଛି ସୁସ୍ୱର ରଞ୍ଜନ ଗୁଞ୍ଜନ |୧|


ଦେଖେ ଯେବେ ତୁମ ଆକର୍ଷକ ଆନନ,

ଅନ୍ତରଙ୍ଗ ଅନ୍ତରସ୍ଥେ ହୁଏ ନୂତନ ସ୍ପନ୍ଦନ,

ଏ ପ୍ରୀତିକର କମ୍ପନ ପ୍ରଶାନ୍ତ କରେ ମନ,

ମନୋଗତ ମତିଗତି ପାଏ ଆଶା ଆଶ୍ଵାସନ |୨|


କରେ ଯେବେ ତୁମ ଚିତ୍ରର ସନ୍ଦର୍ଶନ,

ମୋ ଚିତ୍ତରେ ଆସେ ସୁଚାରୁ ଚିନ୍ତନ,

ତୁମ ବିନା କେମିତି କଟିବ ଏ ଜୀବନ,

ସାହା ରହିଲେ ସାର୍ଥକ ହେବ ଯୌବନ |୩|


ମୁଁ ମଧୁକର ହେଲେ ତୂମେ ଯେ ସୁରଭିତ ସୁମନ,

ମୁଁ କାବ୍ୟରଚନା ହେଲେ ତୁମେ ଯେ ଭବ୍ୟ ଭାବନ,

ମୁଁ ଋତୁଚକ୍ର ହେଲେ ତୁମେ ବସନ୍ତର ଶୀତଳ ପବନ,

ତୁମ ପ୍ରଣୟରେ ମୁଁ ଯେ ପ୍ରଶଂସା କରୁଥିବି ଯାବଜ୍ଜୀବନ |୪|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance