STORYMIRROR

Prasanna kumar sahu

Fantasy

4  

Prasanna kumar sahu

Fantasy

ବସନ୍ତ ଆଗମନେ

ବସନ୍ତ ଆଗମନେ

1 min
324

ବସନ୍ତ ଆସିଛି

ଧରା ପୃଷ୍ଠକୁ ଯେ

ଛାଡି ଗଲା ପରେ ଶୀତ,

କି ସୁନ୍ଦର ଦିଶେ

ଧରଣୀ ରାଣୀଟା

ଦେଖ ମୁଁ କହୁଛି ସତ।


ଧରଣୀ ରାଣୀ ଟା

ଦିଶଇ ସୁନ୍ଦର

ପିନ୍ଧିଛି ସବୁଜ ଶାଢ଼ୀ,

ଆମ୍ବର ବଉଳ

ଗଛରେ ଆସିଛି

ସୁନ୍ଦର ଦିଶଇ ବଡି।


ଆମ୍ବ ଡାଳେ ବସି

କୋଇଲି ଗାଉଛି

ପଞ୍ଚମ ତାନରେ ଗୀତ,

ବସନ୍ତ ଋତୁ ଯେ

ଲାଗଇ ମଉଜ

ଛାଡି ଯାଉଅଛି ଶୀତ।


ଋତୁ ରାଜ ପରା

ଅଟଇ ବସନ୍ତ

ସବୁଜ ଶାଢ଼ୀ ପିନ୍ଧିଛି,

ବନେ ଉପବନେ

ନାନା ରଙ୍ଗ ଫୁଲ

ମହକ ଯେ ବାସୁଅଛି।


କେତକୀ ଫୁଲର

ବାସ ଚହଟୁଛି

ଶିବ ରାତ୍ରି ଆସିଅଛି,

ଶିବଙ୍କ ଭକତ

ସେ ଫୁଲକୁ ନେଇ

ଜଟା ଧାରୀ ଙ୍କୁ ପୁଜନ୍ତି।


ସର୍ବ ଧର୍ମ ପର୍ବ

ହୋଲି ଆସିଅଛି

ରଙ୍ଗର ପସରା ମେଲି,

ଆନନ୍ଦରେ ସିଏ

ବାଣ୍ଟି ଦେଇ ଯିବ

ଭାଇ ଚାରା ଏଠି ବୋଲି।


ଋତୁ ରାଜ ପୁଣି

ଆସିଅଛି ବୋଲି

ଉଚ୍ଛନ୍ନ ସଭିଙ୍କ ମନ,

ଆନନ୍ଦ ମନରେ

ସଭିଏଁ ଶୁଣନ୍ତି

କୋଇଲିର କୁହୁ ତାନ।


Rate this content
Log in

Similar oriya poem from Fantasy