Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Action Fantasy

4  

Bijay Prusty

Action Fantasy

ଏ ଦୁର୍ଦ୍ଦିନରୁ ରକ୍ଷାକର

ଏ ଦୁର୍ଦ୍ଦିନରୁ ରକ୍ଷାକର

1 min
780



ଝୋଟିଚିତା ସବୁ ସପନ ହେଲାଣି

ଚାଳଘର ହଜିଯାଏ

ଲଟେଇବା ପାଇଁ ଲାଉଡଙ୍କ ଏବେ

ଜାଗାଟିଏ ଖୋଜିହୁଏ I


ଚାଳଘର ସବୁ ହଜି ଯାଇଛି ଲୋ

ଶୁଖିଲାଣି ଗାଁ ନଈ

ତୋଟାମାଳେ ଆଉ ଗଛଟିଏ ନାହିଁ

ବାଟୋଇ ପାଉନି ଛାଇ I


ଗାଈଆଳ ଟୋକା ବଇଁଶୀର ସ୍ୱର

ଶୁଭୁନାହିଁ ସଞ୍ଜବେଳେ

ଘରେ ଘରେ ଆଜି କେଉଁପରି ଦେଖ

ରାଜନୀତି ନିଆଁ ଜଳେ I


ପ୍ଲାଷ୍ଟିକ ଫୁଲରେ ଦେବପୂଜା ହୁଏ

ଫୁଲଗଛ ଆଉ ନାହିଁ

ଜବର ଦଖଲ ହେଲାଣି କେବଠୁ

ଗାଁ ଶମଶାନ ଭୂଇଁ I


ବାରମାସେ ତେର ପରବ ହେଉନି

ହଜିଲାଣି ପରମ୍ପରା

ଚିରା ଛିଣ୍ଡା ପିନ୍ଧି ପୁଅ ଝିଅ ବୋହୂ

ବୁଲୁଛନ୍ତି ଗାଁ ସାରା I


ଗାଁ ରେ ଗାଁ ରେ ମଦଭାଟି ଖୋଲା

ସରବେ ଶ୍ରମ ବିମୁଖ

ଏଭଳି ଦୁର୍ଦ୍ଦିନେ ଗ୍ରାମ ସଂସ୍କୃତିକୁ

ରକ୍ଷାକର ପଦ୍ମମୁଖ I

      


Rate this content
Log in

Similar oriya poem from Action