STORYMIRROR

Kabiratna Nutan Kumar Behera

Action Fantasy

4  

Kabiratna Nutan Kumar Behera

Action Fantasy

ମାଙ୍କଡ଼ ନାଚ

ମାଙ୍କଡ଼ ନାଚ

1 min
316

ସାରା ସଂସାରକୁ କରି ଏକ ରଙ୍ଗମଞ୍ଚ

ମଣିଷ ଏଠି ନାଚୁଛି ମାଙ୍କଡ଼ ନାଚ,

ଖଜୁରୀ ଗଛ ମୂଳରୁ ପାହାଚ ପାହାଚ

ଆଖିକୁ ସୁନ୍ଦର ଦିଶେ ଗଣ୍ଠି ତା' କୁଞ୍ଚ କୁଞ୍ଚ।


ଜୀବନ ପାଇଁ ଜୀବିକା ଖୋଜି ଖୋଜି

ବାଧ୍ୟରେ ଅନ୍ୟର କଥାରେ ହୁଏ ରାଜି,

ପାରେନା ରଖି ସେ ନିଜେ ନିଜର ମର୍ଜି

ସ୍ବାର୍ଥର ବଶରେ ଯାଏ ମୋହରେ ହଜି।


ସଂପର୍କକୁ କରି ନିଜ ହାତର କଣ୍ଢେଇ

ଆବେଗତାରେ ଚାଲେ ସବୁ ଭଣ୍ଢେଇ,

ପରସ୍ପର ମଧ୍ୟେ ଲଗାଇ ଦେଇ ଲଢେଇ

ନିଜ ପାଖରେ ଥାଏ ଯା' ଦିଏ ହଜାଇ।


ପ୍ରେମିକା ପ୍ରେମିକକୁ ତା ଇଚ୍ଛାରେ ନଚାଏ

ସ୍ଵାମୀ ସ୍ତ୍ରୀକୁ ଠକି ଅବାଟେ ଚାଲିଯାଏ,

ପବିତ୍ରତାର ସବୁ ସମ୍ଵନ୍ଧକୁ ଏଡି ଦିଏ

ନିଜର ସୁବିଧା ଲାଗି ତା'ଠୁ ଅଲଗା ହୁଏ।


ଅନ୍ୟକୁ ନିଜର ମାଲିକ ବୋଲି ଭାବି

ପୋଷା ମାନି ହୁଏ ତା' ହାତର ଚାବି,

ଦେଖି ନିଜ ଆଗରେ ତାହାର ରୂପଛବି

ଜାବୁଡି ଧରେ ହାତ ମୁଠାରେ ଏ ପୃଥିବୀ।


ଅନ୍ୟକୁ ନିଜ ଇଙ୍ଗିତରେ ନଚାଏ ସିନା

ନିଜେ ହିଁ ନାଚୁଥାଏ ତାକୁ ନଥାଏ ଜଣା,

ତା ଠିକଣା ହଜାଇ ଖୋଜେ ଅନ୍ୟର ଠିକଣା

ସବୁ ଜାଣି ବି ନ ଜାଣିବାର କରେ ଛଳନା।


ଛାତିର କୋହ ଆଖିର ଲୁହ ଚାପି ରଖି

ଚାଲିଥାଏ ଅନିଚ୍ଛାର ବାଟେ ଦେଖି ଦେଖି,

ଅନୁଭବ ଅଭିଜ୍ଞତାରୁ ଯାହା ପାରେ ଶିଖି

ନିଜକୁ ନିଜେ ପାରେନା ସହଜେ ପରଖି।


ମାଙ୍କଡ଼ ପରି ନାଚି ଦେଖାଏ ତାର ନାଚ

ଅତିକ୍ରମ କରି ଚାଲିଯାଏ ବୟସର ପାହାଚ,

ତୁଳନା କରି ତା'ଠାରୁ କିଏ ଉଚ୍ଚ କିଏ ନୀଚ୍ଚ 

ହିସାବ କରୁଥାଏ ଜୀବନର ଜମାଖର୍ଚ୍ଚ।


ଗଛର ଏ ଡାଳରୁ ସେ ଡାଳକୁ ଡେଇଁ

ଝୁଲେ ସିନା ସ୍ଥିର ହୋଇ ରହି ପାରେନାହିଁ,

ମାଙ୍କଡିଆ ଧରି ତାକୁ ନଚାଏ ତା' ପାଇଁ

କାହା ମନ ହୃଦୟକୁ ପାରୁ କି ନପାରୁ ଛୁଇଁ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action