STORYMIRROR

Panchanan Jena

Tragedy Fantasy

4  

Panchanan Jena

Tragedy Fantasy

ଖୁବ୍ ମନେପଡ଼

ଖୁବ୍ ମନେପଡ଼

1 min
236


ଯୌବନର ପହିଲି ପୁଲକ ପରଶ

ତୁମେ ଥିଲ ପରା ଖୋଲା ଆକାଶ

ସ୍କୁଲ ବେଳର ତୁମ ଖିଲି ଖିଲି ହସ

ମନେପଡ଼ ଖୁବ୍ ମନେପଡ଼ 

ଅନାବିଳ ଅକାପଟ୍ଯ ପ୍ରୀତି ସରସ ।


ଗଜରୁ ଥିଲା ଶାଳଗଜା ପରି ନିସ

ଆଇରନ୍ ମରା ପ୍ୟାଣ୍ଟ ସାର୍ଟ ବିନ୍ଦାସ

ତୁମ ନାଲିଆ ରିବନ୍ ବନ୍ଧା ବେଣୀ ବିନ୍ୟାସ

ଚୋରା ଚାହାଣୀର ଅବର୍ଣ୍ଣନୀୟ ପ୍ରକାଶ

ମନେପଡ଼ ଖୁବ୍ ମନେପଡ଼

ସ୍ଵର୍ଗୀୟ ପ୍ରେମ ଫଲଗୁର ଧାରା ସୁବାସ ।


ସାଇକେଲ ଚଲେଇ ଘଣ୍ଟି ବଜେଇ ସଙ୍କେତ

ତୁମ ବାଙ୍କ ଦର୍ଶନ ଲାଜୁଆ ରକ୍ତିମ ଇଙ୍ଗିତ

ଚାରିଚକ୍ଷୁ ମିଳନର ଇନ୍ଦ୍ରଧନୁସୀ ବିମ୍ବିତ

ମନେପଡ଼ ଖୁବ୍ ମନେପଡ଼

ଅମୀୟ ସୁଷମାର ବାଚନିକ ସୁନାକ୍ଷେତ ।


ଗଣିତ କ୍ଲାସରେ ମୋତେ ବେତ୍ରାଘାତ

ନୟନ କୋଣେ ଜାଗେ ଲୁହ ଶୋଣିତ

ମୁଖ ଶିଳାଲେଖ ପଢ଼ି କାଟେନା ଛାଟ ଲାତ

ମନେପଡ଼ ଖୁବ୍ ମନେପଡ଼

ଢଳ ଢଳ ତୁମ ବେନି ଲୋଚନ ଲୋଡକ ସ୍ନାତ ।


ବହି ଦିଆନିଆ ବେଳେ ହାତଛୁଆଁ ସିହରଣ

ମନମନ୍ଦିରେ ଘଣ୍ଟି ବାଜେ କୋଣ ଅନୁକୋଣ

ମୟୂର ଚନ୍ଦ୍ରିକା ତଳେ ବାସ୍ନା ଚଉତା ଚିଟାଉ

ଦିନେ ଦିନେ ମିଳେନା ଘାଣ୍ଟି ପୁଷ୍ଠା ଛିଣ୍ଡି ଯାଉ

ମନେପଡ଼ ଖୁବ୍ ମନେପଡ଼

ସୁବାସିତ ସୂପ୍ନାୟିତ ସ୍ମୃତିମୟ ମଧୁର ଝରଣ ।


ଚଉବନ ଯଉବନ ବସନ୍ତର ଅଭିସାର ଆଜି

ଫଗୁ ଫଗୁଣ ହୋଲି ପାର୍ବଣ ରଙ୍ଗେଇ ସାଜି

ପ୍ରେମ ପିଚକାରୀ ଧରି ସାଙ୍ଗ ଭାଙ୍ଗ ରଙ୍ଗ ଆଉଜି

ମନେପଡ଼ ଖୁବ୍ ମନେପଡ଼

ସେ ଦିନର ପାଣି ଅବିର ଫଗୁ ହୋଲି ଆଜି |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy