Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Classics Fantasy

4  

Bijay Prusty

Classics Fantasy

କଳ୍ପନାର କଳ୍ପଲୋକ

କଳ୍ପନାର କଳ୍ପଲୋକ

1 min
617


ଜୀବନରେ ମୋର ସୁଖର ସମ୍ଭାର

ଭରି ଦେଇଛୁ ତୁ ସଖୀ

ପ୍ରଣୟେ ବିଭୋର ଆତ୍ମାଟି ମୋର

ସ୍ୱପ୍ନେ ବିଭୋର ଆଖି I


ଚନ୍ଦ୍ରଭାଗାରେ ଚନ୍ଦ୍ର ସାଜି ମୁଁ

ନିତି ଦେଖେ ତୋର ମୁହଁ

ଚାଲି ଯିବୁନାହିଁ ଏକାଏକା କେବେ

ପଖାଳିବା ପାଇଁ ଦେହ I


ଭଗ୍ନ କୋଣାର୍କର ପ୍ରସ୍ଥର ଗାତ୍ରରେ

ଆଙ୍କିଛି ମୁଁ ତୋର ରୂପ

ସୂର୍ଯ୍ୟଙ୍କ ତେଜେ ଉଦ୍ଭାସିତ ତୁ

ମୁଖେ ତୋ ପ୍ରଣୟ ଛାପ I


ଅପରୂପ ଦିଶେ ସୁନୀଳ ସାଗର

କୂଳେ ଅମାନିଆଁ ଢେଉ

ତୋପାଇଁ ଲୋ ସଖୀ ଜୀବନ ସୁନ୍ଦର

ଓଠୁ ଝରୁଥିଲେ ମହୁ I


ତୋ ନୀଳ ଆଖିରେ ସପନର ଘର

ମୋ ଆଖିରେ ରୂପ ତୋର

ତୋପାଇଁ ଲୋ ସଖୀ ସ୍ୱର୍ଗପରି ଲାଗେ

ମୋତେ ଏ ମର୍ତ୍ତ୍ୟପୁର I


ଜୀବନ ଯେଉଁଠି ଯନ୍ତ୍ରଣା ସେଇଠି 

ଅଙ୍କାବଙ୍କା ଚଲାବାଟ

ସବୁ ଫେଣ୍ଟିଫାଣ୍ଟି ଜୀବନ ଜୀଇଁବା

ସରିଯିବ ଦିନେ ହାଟ I

     


Rate this content
Log in

Similar oriya poem from Classics