STORYMIRROR

Gangotri Priyadarshini

Abstract Fantasy

4  

Gangotri Priyadarshini

Abstract Fantasy

ସ୍ବପ୍ନ ମୋର

ସ୍ବପ୍ନ ମୋର

1 min
722

ସ୍ବପ୍ନ ମୋର,

ପାଗଳ ଭଳି ଖୋଜି ବୁଲନ୍ତି

ଆତ୍ମ ପ୍ରତ୍ୟୟର ହାତ ଗଣତି 

ନାରୀ ଚରିତ୍ର ମାନଙ୍କୁ

ତିଆରି କରିବାକୁ ବଞ୍ଚିବାର ଆଶ୍ରା ।।

ନିର୍ଭେଜାଲ ହସର ସରହଦ ଧାରେ

କିଛି ପାଦ ଆଗେଇ ନେବାକୁ ହେବ ଏ ଯାତ୍ରା

ଅନୁକମ୍ପା କି ଅନୁଗ୍ରହ ନୁହେଁ,

ଅବସର ନିଶ୍ଚେ ପାଥେୟ

ଏଇତ ଡେଣା ମେଲିବା ସମୟ ଆଗତ ପ୍ରାୟ

ମାଟିକୁ ବି ଆଉଜିବାକୁ ପଡ଼ିବ ମାଟିରେ

ଅଙ୍କୁରୋଦ୍ଗମ ନିଶ୍ଚେ ହେବ ଇଚ୍ଛା ଶକ୍ତିର

ସ୍ବପ୍ନ କି ହାରି ଯିବାର ଚିଜ

ଭିଡ଼ି ନେଉଛି ଆଗକୁ ଆଗକୁ

ଅଥୟ କଲାଣି ଆସ ଆସ ତିଆରି କରିବା

ଭିନ୍ନ ଏକ ପରିଚୟ ଆମ ନାରୀତ୍ଵର

ଆମ ପାରିବାପଣର,

ଆମ ଜୀବନ ସଂଘର୍ଷ କାହାଣୀର,

ନୂଆ ଦୁନିଆ ଗଢି ଦେଖାଇବା 

ପ୍ରଶ୍ନ ପଚାରିବାକୁ ଅଣ୍ଟା ଭିଡୁଥିବା ସାହସ ମାନଙ୍କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract